ପଙ୍କଜ ସାଜିବେ ଅଟଳ ବାଜପେୟୀ, ‘ମେଁ ଅଟଳ ହୁଁ’କୁ ନେଇ ଏବେ ଖୁବ୍ ଚର୍ଚ୍ଚା

ମୁମ୍ବାଇ: ‘ମେଁ ଅଟଳ ହୁଁ’ ଫିଲ୍ମକୁ ନେଇ ଏବେ ସବୁଠି ବେଶ୍ ଚର୍ଚ୍ଚା । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ନଜର ଆସିବେ ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀ । ଏହି ଫିଲ୍ମଟି ବାଜପେୟୀଙ୍କ ଜୀବନୀ ଉପରେ ଆଧାରିତ । ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରବି ଯାଦବ । ତେବେ ଫିଲ୍ମଟି ଆସନ୍ତା ଡିସେମ୍ବର ୨୫ରେ ମୁକ୍ତିଲାଭ କରିବ।

ପଙ୍କଜ ନିଜର ନିଖୁଣ ଅଭିନୟ ପାଇଁ ବେଶ ଜଣାଶୁଣା । ସେ ବଲିଉଡରେ ଅନେକ ସୁପରହିଟ୍ ଫିଲ୍ମ କରିଛନ୍ତି । ନିକଟରେ ପଙ୍କଜ ଓଏମଜି ୨ ଏବଂ ଫୁକରେ ୩ ଚଳଚ୍ଚିତ୍ରରେ ନଜର ଆସିଛନ୍ତି । ଏହି ଦୁଇଟି ଚଳଚ୍ଚିତ୍ର ବକ୍ସ ଅଫିସରେ ହିଟ୍ ହୋଇଥିଲା । ତେବେ ବର୍ତ୍ତମାନ ପଙ୍କଜ ତ୍ରିପାଠୀଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ଦେଖିବାକୁ ମିଳିବ।

ପଙ୍କଜ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଏହି ଫିଲ୍ମ ପାଇଁ ସେ ପ୍ରାୟ ୬୦ ଦିନ ସୁଟିଂ କରିଥିଲି । ସେହି ସମୟରେ  ସେ କେବଳ ଖେଚୁଡ଼ି ଖାଇଥିଲେ । ଫିଲ୍ମ ସମୟରେ ସେ କାହିଁକି ନିଜେ ରାନ୍ଧି ଖାଇଥିଲେ ସେ ବିଷୟରେ ମଧ୍ୟ ସୂଚନା ଦେଇଥିଲେ । ସେ କହିଥିଲେ ଯେ ଅନ୍ୟମାନେ ଏହାକୁ କିପରି କରିବେ ତାହା ଆପଣ ଜାଣିପାରିବେ ନାହିଁ । ମୁଁ ଏଥିରେ କୌଣସି ତେଲ କିମ୍ବା ମସଲା ମିଶାଇ ନ ଥିଲି । ଖେଚୁଡ଼ି ପାଇଁ ମୁଁ କେବଳ ଡାଲି, ଚାଉଳ ଏବଂ ପନିପରିବା ବ୍ୟବହାର କରିଥିଲି । ସେ ଏହା ମଧ୍ୟ କହିଛନ୍ତି ଯେ ଅଭିନେତାମାନେ ସେମାନଙ୍କର ଖାଦ୍ୟ ଏବଂ ପାନୀୟ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବା ଉଚିତ୍ । ସେମାନଙ୍କର ସ୍ୱାସ୍ଥ୍ୟ ଏବଂ ମନ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ପାଇଁ ଅଭିନେତାମାନେ ସର୍ବଦା ହାଲୁକା ଖାଦ୍ୟ ଖାଇବା ଉଚିତ୍ ।