ବାଥରୁମ୍କୁ ଯାଇ କାନ୍ଦି ଥିଲି : ଅଭିନେତା ପଙ୍କଜ ତ୍ରିପାଠୀ
: ବଲିଉଡ୍ ଅଭିନେତା ପଙ୍କଜ ତ୍ରିପାଠୀ ବର୍ଷ ବର୍ଷ ଧରି ସଂଘର୍ଷ କରିବା ପରେ ସଫଳତା ପାଇଛନ୍ତି । ୨୦୧୭ ମସିହାରେ ଆସିଥିବା ଫିଲ୍ମ ନ୍ୟୁଟନରେ ତାଙ୍କର ଅଭିନୟକୁ ଖୁବ୍ ପ୍ରଶଂସା କରାଯାଇ ଥିଲା ଏବଂ ତାଙ୍କୁ ଉକ୍ତ ଫିଲ୍ମରେ ପ୍ରଥମ ଥର ରାଷ୍ଟ୍ରୀୟ ପୁରସ୍କାର ମିଳିଥିଲା ।
(ମୁମ୍ବାଇ) : ବଲିଉଡ୍ ଅଭିନେତା ପଙ୍କଜ ତ୍ରିପାଠୀ ବର୍ଷ ବର୍ଷ ଧରି ସଂଘର୍ଷ କରିବା ପରେ ସଫଳତା ପାଇଛନ୍ତି । ୨୦୧୭ ମସିହାରେ ଆସିଥିବା ଫିଲ୍ମ ନ୍ୟୁଟନରେ ତାଙ୍କର ଅଭିନୟକୁ ଖୁବ୍ ପ୍ରଶଂସା କରାଯାଇ ଥିଲା ଏବଂ ତାଙ୍କୁ ଉକ୍ତ ଫିଲ୍ମରେ ପ୍ରଥମ ଥର ରାଷ୍ଟ୍ରୀୟ ପୁରସ୍କାର ମିଳିଥିଲା । ପଙ୍କଜ ତ୍ରିପାଠୀ ଯେବେ ସଂଘର୍ଷ କରୁଥିଲେ , ଦିନେ ସେ ଆକ୍ଟିଂ ଛାଡ଼ିବାକୁ ସ୍ଥିର କରି ନେଇଥିଲେ । ଜଣେ ଫାଇଟ୍ ମାଷ୍ଟର ତାଙ୍କୁ ଗାଳି ଦେଇଥିଲେ , ଯାହାକି ତାଙ୍କୁ ବହୁତ ଦୁଃଖ ଦେଇଥିଲା । ତାଙ୍କୁ ଜଣା ନଥିଲା ଗୁଳି ବାଜିଲେ କେମିତି ରିଆକ୍ସନ କରିବାକୁ ହୁଏ । ଏହି ସିନ୍ ପାଇଁ ତାଙ୍କୁ ଅନେକ ଟେକ୍ ଦେବାକୁ ପଡ଼ିଲା । ଏଥିରେ ବିରକ୍ତ ହୋଇ ଫାଇଟ୍ ମାଷ୍ଟର ତାଙ୍କୁ ଗାଳି କରିଥିଲେ ।
ସୂଚନାନୁଯାୟୀ , ଯେବେ ପଙ୍କଜ ତ୍ରିପାଠୀଙ୍କୁ ଏହି ଖବର ମିଳିଥିଲା କି ସେ ରାଷ୍ଟ୍ରୀୟ ପୁରସ୍କାର ପାଇବାକୁ ଯାଉଛନ୍ତି , ସେ ବିଶ୍ୱାସ କରି ପାରିନଥିଲେ । ସେ ବାଥରୁମ୍କୁ ଯାଇ କାନ୍ଦି ଥିଲେ । ଏହି କଥାର ଅବତାରଣା କରି ପଙ୍କଜ ତ୍ରିପାଠୀ ଦୈନିକ ଜାଗରଣକୁ ଦେଇଥିବା ଏକ ସାକ୍ଷାତ୍କାରରେ କହିଥିଲେ କି , ଯେଉଁ ଦିନ ମୋତେ ଖବର ମିଳିଥିଲା କି ମୋତେ ରାଷ୍ଟ୍ରୀୟ ପୁରସ୍କାର ମିଳୁଛି , ମୁଁ ବହୁତ କାନ୍ଦି ଥିଲି । କାରଣ ଏତେ ସଂଘର୍ଷ କରିବାକୁ ପଡ଼ିଥିଲା ଏହି ସଫଳତା ପାଇବାକୁ । ଯାହାକି ଏହି ଖୁସି ଆଖିରେ ଲୁହ ହୋଇ ବହି ଯାଇଥିଲା ।