ମୁମ୍ବାଇ: ଆଇପିଏଲର ୪୮ ତମ ମ୍ୟାଚରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ । ଆଜି ସନ୍ଧ୍ୟ ୭ଟା ୩୦ରେ ମୁମ୍ବାଇର ଡି ୱାଇ ପଟେଲ ଷ୍ଟାଡିଅମରେ ଖେଳାଯିବ ଏହି ରୋମାଞ୍ଚକ ମ୍ୟାଚ । ଏହି ଦୁଇ ଦଳ ଏଥର ମ୍ୟାଚରେ ଜିତ ହାସଲ କରିବାକୁ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି । ଚଳିତ ଆଇପିଏଲରେ ଗୁଜରାଟ ଟାଇଟନ୍ସ ଅପ୍ରତିଦ୍ୱନ୍ଦୀ ସାବ୍ୟସ୍ତ ହୋଇଛି । ଏଣୁ ଏହି ମ୍ୟାଚ ଜିତିଲେ ଗୁଜରାଟ ଟାଇଟନ୍ସ ପ୍ରଥମ ଦଳ ଭାବରେ ପ୍ଲେ-ଅଫରେ ପ୍ରବେଶ କରିବ । ଆଇପିଏଲରେ ଗୁଜରାଟ ୯ଟି ମ୍ୟାଚ ଖେଳି ୮ଟି ମ୍ୟାଚରେ ବିଜୟ ଲାଭ କରିଛି । ୮ଟି ମ୍ୟାଚରେ ବିଜୟ ସହ ପଏଣ୍ଟ ଟେବୁଲର ୧୬ ପଏଣ୍ଟ ହାସଲ କରିଛି । ଏହି ମ୍ୟାଚ ମାନଙ୍କରେ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଧୂଆଁଦାର ପ୍ରଦର୍ଶନ କରିଛନ୍ତି । ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଗୁଜରାଟ ।
One of the greatest finishes to a game – the last time we played #PBKS 🔥#TitansFAM, get ready for a terrific Tuesday! #SeasonOfFirsts #AavaDe #GTvPBKS pic.twitter.com/qnlwYQOPGl
— Gujarat Titans (@gujarat_titans) May 3, 2022
ଏପଟେ କିନ୍ତୁ ପଏଣ୍ଟ ଟେବଲର ସପ୍ତମ ସ୍ଥାନରେ ରହିଥିବା ପଞ୍ଜାବ କିଙ୍ଗ୍ସ ପାଇଁ ଏହି ମ୍ୟାଚରେ ବିଜୟ ଲାଭ କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ଗୁଜରାଟ ଟାଇଟନ୍ସକୁ ହରାଇବାକୁ ହେଲେ ପଞ୍ଜାବକୁ ସଂଘର୍ଷ କରିବାକୁ ପଡ଼ିବ । ବିସ୍ଫୋରକ ବ୍ୟାଟିଂ ପାଇଁ ଚର୍ଚ୍ଚାରେ ରହିଛି ପଞ୍ଜାବ । ଚଳିତ ଆଇପିଏଲରେ ପଞ୍ଜାବ ୯ଟି ମ୍ୟାଚ ଖେଳି ୪ଟିରେ ବିଜୟ ହାସଲ କରି ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି । ଏଣୁ ଦୁଇ ଦଳର ଏହି ମ୍ୟାଚ ଦେଖିବାକୁ ବେଶ ନିଆରା ଲାଗିବ ।
We got a feeling, that tonight’s gonna be a good, good night! 🎶🕺#SaddaPunjab #PunjabKings #IPL2022 #ਸਾਡਾਪੰਜਾਬ #GTvPBKS @gujarat_titans pic.twitter.com/S2UItXUzkU
— Punjab Kings (@PunjabKingsIPL) May 3, 2022