୨୦୨୪ ଜାନୁଆରୀ ଶେଷ ସପ୍ତାହ ରେ ହେବ ପାକିସ୍ତାନର ସାଧାରଣ ନିର୍ବାଚନ

ବ୍ୟୁରୋ: ପାକିସ୍ତାନରେ ହେବ ସାଧାରଣ ନିର୍ବାଚନ । ୨୦୨୪ ଜାନୁଆରୀ ଶେଷ ସପ୍ତାହ ରେ ହେବ ନିର୍ବାଚନ । ଏନେଇ ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) ଘୋଷଣା କରିଛନ୍ତି । ନିର୍ବାଚନ ଆୟୋଗ ଏକ ବୟାନ ଜାରି କରି କହିଛି, ନିର୍ବାଚନମଣ୍ଡଳୀର ସୀମା ନିର୍ଦ୍ଧାରଣ ନେଇ ସମୀକ୍ଷା କରାଯାଇଛି। ନିଷ୍ପତ୍ତି ମୁତାବକ, ନିର୍ବାଚନମଣ୍ଡଳୀର ପ୍ରାରମ୍ଭିକ ସୂଚୀ ସେପ୍ଟେମ୍ବର ୨୭ରେ ଜାରି କରାଯିବ। ଆୟୋଗ କହିଛି ଯେ ଆପତ୍ତି ଓ ପରାମର୍ଶ ଶୁଣିବା ପରେ ନଭେମ୍ବର ୩୦ରେ ଅନ୍ତିମ ସୂଚୀ ଜାରି କରାଯିବ। ୫୪ ଦିନ ଧରି ନିର୍ବାଚନ ପ୍ରଚାର ହେବ। ଏହାପରେ ୨୦୨୪ ଜାନୁୟାରୀ ଶେଷ ସପ୍ତାହରେ ନିର୍ବାଚନ କରାଯିବ।