ରିପୋର୍ଟର୍ସ ଟୁଡେ ବ୍ୟୁରୋ; ଭାରତ -ପାକିସ୍ତାନ ମଧ୍ୟରେ ଲାଗି ରହିଥିଲା ଉତ୍ତେଜନା । ଜବାବ-ପ୍ରତିଜବାବ ଲଗାତର ଚାଲିଥିଲା । ପହଲଗାମ୍ ଆକ୍ରମଣ ପରେ ଭାରତ କଡା ଜବାବ ଦେବାକୁ ସଂକଳ୍ପ କରିଥିଲା । ହଠାତ ରାତାରାତି ଭାରତ ପାକିସ୍ତାନର ଆତଙ୍କୀ ଆଡ୍ଡାକୁ ନଷ୍ଟ କରିଥିଲା । ଏହାପରେ ପାକିସ୍ତାନ ସାଧାରଣ ଲୋକଙ୍କ ଉପରେ ଆଟାକ୍ କରିବା ଆରମ୍ଭ କରିଦେଇଥିଲା । ତେବେ ଏହାରି ଭିତରେ ଭାରତର ବ୍ରହ୍ମସକୁ ପାକିସ୍ତାନୀ ୟୁଜର୍ସମାନେ ବିଭିନ୍ନ କମେଣ୍ଟ କରୁଛନ୍ତି । ଏପରିକି ଭାରତର ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନୀ ୟୁଜର୍ସମାନେ ଅପରେସନ ସୁହାଗରାତ ବୋଲି କହି କମେଣ୍ଟ କରିଛନ୍ତି । ଯାହାକୁ ନେଇ କଡ଼ା ସମାଲୋଚନା କରିଛନ୍ତି ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ଉଭଣୀ । ତେବେ ଯେଉଁମାନେ ଅପରେସନ ସିନ୍ଦୂରକୁ ନେଇ ସୁହାଗରାତ ବୋଲି କହୁଛନ୍ତି ସେମାନେ ବୁଝି ରଖିବା ଉଚିତ କି, ସୁହାଗରାତରେ ଯେପରି କ୍ଷୀର ହଳଦୀ ଯାଏ ସେପରି ପାକିସ୍ତାନକୁ ବ୍ରହ୍ମସ ଯାଇଛି । ସେମାନେ ଭଲଭାବେ ଏହାର ତାକତ ଜାଣିପାରିଥିବେ ।ପୂର୍ବରୁ ଭାରତୀୟ ସେନାରେ କାମ କରି ସାରିଥିବା ଖୁସବୁ ପଟାନୀଙ୍କ ପାକିସ୍ତାନୀ ୟୁଜର୍ସଙ୍କୁ କଡ଼ା ସମାଲୋଚନା କରିଛନ୍ତି । ବ୍ରହ୍ମସର ତାକତ ପାକିସ୍ତାନୀ ସେନାମାନେ ବେଶ ଭଲଭାବେ ଜାଣି ପାରିଥିବେ । ଭାରତ ବ୍ରହ୍ମସ ଲଞ୍ଚ କରିଥିବାବେଳେ ପାକିସ୍ତାନର ଅବସ୍ଥା କଣ ହେଉଛି ସେମାନେ ଜାଣିପାରୁଥିବେ ।