ନୂଆଦିଲ୍ଲୀ: ପାକିସ୍ତାନ ଦ୍ୱାରା ଆଫଗାନିସ୍ତାନ ଭିତରେ କରାଯାଇଥିବା ଏୟାରଷ୍ଟ୍ରାଇକ୍ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଭୟଙ୍କର ଭାବେ ବଢ଼ିଛି। Pakistan ବାୟୁସେନା ଆଫଗାନ ସୀମା ଉଲ୍ଲଂଘନ କରି ବଡ଼ ପରିମାଣର ସେନା ଅଭିଯାନ ଚଲାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଗତକାଲି ରାତିରେ ପାକିସ୍ତାନୀ ଯୁଦ୍ଧବିମାନ ଓ ଡ୍ରୋନ୍ Afghanistan ର ବାରମଲ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୋମାମାଡ଼ କରିଥିଲେ। ପାକିସ୍ତାନ ପକ୍ଷରୁ ଦାବି କରାଯାଇଛି ଯେ, ସୀମା ନିକଟରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଟାର୍ଗେଟ୍ କରାଯାଇଥିଲା।
ପାକିସ୍ତାନ କହିଛି ଯେ, ଦେଶରେ ବଢୁଥିବା ଆତ୍ମଘାତୀ ବିସ୍ଫୋରଣ ପଛରେ Tehrik-i-Taliban Pakistan (TTP) ଓ Islamic State Khorasan Province (ISKP) ର ହାତ ଥିବାରୁ ସେମାନଙ୍କ ଆଡ୍ଡାକୁ ଧ୍ବଂସ କରାଯାଇଛି। କିନ୍ତୁ ଏହି ଆକ୍ରମଣକୁ ଆଫଗାନିସ୍ତାନ ପକ୍ଷରୁ ଖଣ୍ଡନ କରାଯାଇଛି। ସେମାନଙ୍କ କହିବା ଅନୁସାରେ, ପାକିସ୍ତାନୀ ବାୟୁସେନା ଜନବସତି ଓ ମଦ୍ରାସା ଉପରେ ଆକ୍ରମଣ କରିଛି। ଏହି ଘଟଣାରେ ଅନୁମାନିତ ଭାବେ ୧୯ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହାପରେ Taliban ଶାସନ ତୀବ୍ର ପ୍ରତିକ୍ରିୟା ଦେଇ ଏହାକୁ ଦେଶର ସାର୍ବଭୌମତ୍ୱ ଉପରେ ଆକ୍ରମଣ ବୋଲି କହିଛି। ସେମାନେ ସତର୍କ କରିଛନ୍ତି ଯେ, ଏହି କାର୍ଯ୍ୟର ପରିଣାମ ପାକିସ୍ତାନ ପାଇଁ ଗମ୍ଭୀର ହୋଇପାରେ। ଏହି ଏୟାରଷ୍ଟ୍ରାଇକ୍ ପରେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ପରିସ୍ଥିତି ଅତ୍ୟନ୍ତ ତିବ୍ର ଓ ସଂବେଦନଶୀଳ ହୋଇପଡ଼ିଛି।