ତାଲିବାନଙ୍କୁ ନେଇ ପାକିସ୍ତାନ ଦେଲା ବଡ ବୟାନ

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ ) : ତାଲିବାନ ଆଫଗାନିସ୍ଥାନକୁ ସମ୍ପୁର୍ଣ୍ଣ ନିୟନ୍ତ୍ରଣ କରିନେବା ପରେ ବିଭିନ୍ନ ଦେଶ ଏହାକୁ ନେଇ ଅନେକ ବୟାନ ଆସିଛି । ତେବେ ତାଲିବାନକୁ ନେଇ ପାକିସ୍ଥାନ ଦେଇଥିବା ବୟାନ ଚର୍ଚ୍ଚାର ବିଷୟ ପାଲଟିଛି । ପାକିସ୍ଥାନର ବୈଦେଶିକ ମନ୍ତ୍ରୀ ମହମୁଦ କୁରେଶି କହିଛନ୍ତି ‘ସମସ୍ତଙ୍କୁ ଲାଗୁଥିଲା ନାରୀ ଶିକ୍ଷା ଉପରେ ତାଲିବାନ ରୋକ ଲଗାଇବ କିନ୍ତୁ ଆଫଗାନିସ୍ଥାନରେ ମହିଳା ମାନଙ୍କୁ ଶିକ୍ଷାର ଅଧିକାର ଦେବା ସହିତ ସମସ୍ତ ସ୍କୁଲ ଓ ବାଣିଜ୍ୟ ପ୍ରତିଷ୍ଠାନ ଖୋଲିବା ପାଇଁ ଘୋଷଣା କରିଛନ୍ତି । ଏବଂ ଏହା ସହିତ ତାଲିବାନ ଦ୍ୱାରା ନିଆଯାଉଥିବା ଶାନ୍ତିପୂର୍ଣ୍ଣ ପଦକ୍ଷେପ କୁ ସେ ସ୍ୱାଗତ ଜଣାଇଛନ୍ତି । ଆଫଗାନିସ୍ଥାନରେ ସ୍ଥିରତା ଆଣିବାକୁ ଚୀନ, ଆମେରିକା, ବ୍ରିଟେନର ମନ୍ତ୍ରୀ ମାନଙ୍କ ସହିତ ସଂପର୍କରେ ଅଛନ୍ତି ବୋଲି ସେ କହିଛନ୍ତି ।’