ପାକିସ୍ତାନ ଲାହୋରରେ ଥିବା HQ-9 ମିସାଇଲ ସିଷ୍ଟମକୁ ଧ୍ବଂସ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ଜବାବରେ ଭାରତର ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଆତଙ୍କିତ ହୋଇପଡ଼ିଛି। ବିଳିବିଳେଇ ହୋଇଉଠି ସେ ଭାରତର ଅନେକ ସୀମାବର୍ତ୍ତୀ ଅଞ୍ଚଳରେ ଗୁଳିବର୍ଷା କରିଛି। ତେବେ ଭାରତୀୟ ସେନାର ପ୍ରତିଜବାବରେ ପାକିସ୍ତାନକୁ ବହୁତ କ୍ଷତି ସହିବାକୁ ପଡ଼ିଛି। ଭାରତ ସୀମାବର୍ତ୍ତୀ ପାକିସ୍ତାନର ସବୁଠାରୁ ବଡ଼ ସହର ଲାହୋରରେ ବ୍ୟାପକ କ୍ଷତି ଘଟିଛି।

ସୂଚନା ଅନୁଯାୟୀ, ପାକିସ୍ତାନ ଲାହୋରରେ ଥିବା HQ-9 ମିସାଇଲ ସିଷ୍ଟମକୁ ଧ୍ବଂସ କରିଛି ଭାରତ । ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି । ଯେଉଁଥିରେ ପାକିସ୍ତାନରେ ଲାଗିଥିବା ଚୀନ୍ ନିର୍ମିତ ଡିଫେନ୍ସ ସିଷ୍ଟମ୍‌କୁ ନଷ୍ଟ କରାଯାଇଛି । ଲାହୋର ଠାରୁ ଆରମ୍ଭ କରି କରାଚୀ ପର୍ଯ୍ୟନ୍ତ ସବୁ ସହରରେ ଡ୍ରୋନ୍ ଆକ୍ରମଣ ହୋଇଛି । ଦେଶର ପ୍ରମୁଖ ସହର ଲାହୋର, କରାଚୀ, ରାୱଲପିଣ୍ଡିରେ ୩ଟି ବଡ ଡ୍ରୋନ୍ ଆକ୍ରମଣ ହୋଇଥିବା ରିପୋର୍ଟ ମିଳିଛି । ଏହି ଆକ୍ରମଣରେ ମୋଟ ୨୫ଟି ଡ୍ରୋନ୍ ବିସ୍ଫୋରଣ ଘଟାଇଥିବା ଜଣାପଡ଼ିଛି ।