ପଦ୍ମଶ୍ରୀ ହଳଧର ନାଗଙ୍କୁ କୋଳେଇ ନେଲେ ଧର୍ମେନ୍ଦ୍ର ପ୍ରଧାନ…

ପଦ୍ମଶ୍ରୀ ହଳଧର ନାଗଙ୍କୁ କୋଳେଇ ନେଲେ ଧର୍ମେନ୍ଦ୍ର ପ୍ରଧାନ । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ସୋସିଆଲ ମିଡିଆ ଫେସବୁକରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ ବିଶିଷ୍ଟ ଲୋକକବି ପଦ୍ମଶ୍ରୀ ହଳଧର ନାଗଙ୍କ ସହ ସାକ୍ଷାୟ ହେଲା । ତାଙ୍କ ସମ୍ବଳିତ “ହଳଧର ନାଗ ଗ୍ରନ୍ଥବଳୀ”ର ହିନ୍ଦୀ ସଂସ୍କରଣ ଉପହାର ଭାବେ ପାଇ ମୁଁ ଅତ୍ୟନ୍ତ ଖୁସି ।


ତେବେ ଦିନେ ପୂର୍ବ ସରକାରରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମଶ୍ରୀଙ୍କୁ ସମ୍ମାନ ନେଇ ରାଜନିତୀରେ ହଇଚଇ ସୃଷ୍ଟି ହୋଇଥିଲା । ସଭାମଞ୍ଚରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଜଣାଇବାକୁ ଯାଇ ହଳଧର ନାଗ ଏକ ଉତ୍ତରୀୟ ନବୀନଙ୍କ କାନ୍ଧରେ ପକାଇବାକୁ ଚେଷ୍ଟା କରିତôଲେ । ଯାହାକୁ ନବୀନ ସାଙ୍ଗେ ସାଙ୍ଗେ କାଢି ଦେଇଥିଲେ । ଯାହାର ଭିଡିଓ ଭାଇରାଲ ହୋଇଥିଲା ।

ଏବଂ ପଦ୍ମଶ୍ରୀଙ୍କୁ ନବୀନଙ୍କର ଏହା କି ପ୍ରକାର ସମ୍ମାନ ବୋଲି ଜନସାଧାରଣ ପ୍ରଶ୍ନ କରିଥିଲେ । କିନ୍ତୁ ଆଜି ବିଜେପି ସରକାରରେ ନିଜେ କେନ୍ଦ୍ରମନ୍ତ୍ରୀ ହଳଧର ନାଗଙ୍କୁ କୋଳେଇ ନେଇ ଜଣେ ପଦ୍ମଶ୍ରୀଙ୍କୁ ଉପଯୁକ୍ତ ସମ୍ମାନ ଜଣାଇବାର ପ୍ରମାଣ ଦେଇଛନ୍ତି ।