ସୁବର୍ଣ୍ଣପୁର: ଅଦିନିଆ ବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲ୍ଲା ଚାଷୀଙ୍କ ଅମଳ ପ୍ରଭାବିତ ହୋଇଛି। ଜିଲ୍ଲାର ବିଭିନ୍ନ ମଣ୍ଡିରେ ଧାନ ଖୋଲା ଆକାଶତଳେ ରହିଥିବା ବେଳେ ବର୍ଷା କାରଣରୁ କ୍ଷତିଗ୍ରସ୍ତ ହୋଇଛି । ଜିଲ୍ଲାର ବିଭନ୍ନ ବ୍ଲକର ଧାନ କ୍ରୟକେନ୍ଦ୍ରରେ ଚାଷୀଙ୍କୁ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ିଛି। ଦୀର୍ଘଦିନ ହେଲା ବିକ୍ରି ପାଇଁ ଚାଷୀମାନେ ମଣ୍ଡିକୁ ଧାନ ଆଣିଥିବା ସତ୍ତ୍ବେ ତାକୁ କ୍ରୟ କରାଯାଇ ନଥିବା ଯୋଗୁ ଅଦିନିଆଁ ବର୍ଷାରେ ମଣ୍ଡିରେ ବିକ୍ରି ପାଇଁ ରହିଥବା ଧାନ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତ୍ରି।
ମଣ୍ଡିରୁ ଧାନ ଉଠୁନଥିବା ବେଳେ ସେପଟେ ବର୍ଷାରେ ଭିଜି ଗଜା ହେଲାଣି ଚାଷୀଙ୍କ ଧାନ । ତେବେ ଏନେଇ ବାରମ୍ବାର ପେକ୍ସ କର୍ତ୍ତୁପକ୍ଷ ଏବଂ ପ୍ରଶାସନକୁ ଗୁହାରୀ କଲାପରେ ବି ଚାଷୀଙ୍କ ଦୁଃଖକୁ କେହି ବୁଝୁନଥିବାରୁ ଶେଷରେ କ୍ଷତିଗ୍ରସ୍ତ ଚାଷୀ ଜିଲ୍ଲା ଯୋଗାଣ କାର୍ୟ୍ୟାଳୟ ଘେରାଓ କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ମଣ୍ଡିରେ ଏବେ ଏଭଳି ଅବସ୍ଥା ହୋଇଥିବାବେଳେ ଆଜି ବିଭିନ୍ନ ମଣ୍ଡିର ଚାଷୀ ଜିଲ୍ଲା ଯୋଗାଣ କାର୍ୟ୍ୟାଳୟରେ ପହଞ୍ଚି କାର୍ଯ୍ୟାଳୟ ଘେରିବା ସହ ପାଟିତୁଣ୍ଡ କରିଥିଲେ । ପରିସ୍ଥିତଚୁ ଦୃଷ୍ଟିରେ ରଖି ପୋଲିସ ମଧ୍ୟ ଜିଲ୍ଲା ଯୋଗାଣ କାର୍ୟ୍ୟାଳୟରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଥିଲା । ସେପଟେ ତୁରନ୍ତ ମଣ୍ଡିଗୁଡିକରେ ପଡିଥିବା ଧାନକୁ ନ ଉଠେଇଲେ ଚାଷୀମାନେ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି । ଅନ୍ୟପଟେ ଆସନ୍ତା ୩୦ ତାରିଖ ସୁଦ୍ଧା ଚାଷୀଙ୍କ ଧାନ ଉଠାଯିବାନେଇ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରତିଶୃତି ଦେବାପରେ ଚାଷୀମାନେ ଆନ୍ଦୋଳନ ସ୍ଥଗିତ ରଖିଥିଲେ ।