ବ୍ୟୁରୋ : ପ୍ରଶାନ୍ତ କିଶୋର ବର୍ତ୍ତମାନ ରାଜନୀତି କ୍ଷେତ୍ରରେ ବେଶ ଚର୍ଚ୍ଚାର ବିଷୟ ପାଳଟିଛନ୍ତି । କଂଗ୍ରେସରେ ଯୋଗ ଦେବେ ବୋଲି ଯେଉଁ ଆଲୋଚନା ଚାଲିଥିଲା ତାହାର ଅନ୍ତ ଘଟଇବା ସହ କଂଗ୍ରେସ ପ୍ରସ୍ତାବକୁ ସେ ଅଗ୍ରାହ୍ୟ କରି ଦେଇଛନ୍ତି । ପ୍ରଶାନ୍ତ ରଣନୀତିକାର ଭାବରେ ବେଶ ଜଣାଶୁଣା । ବର୍ତ୍ତମାନ ନିଜ ରାଜନୈତିକ କ୍ୟାରିୟରକୁ ନେଇ ପ୍ରଶାନ୍ତ ଏକ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଜି ସେ ଟ୍ୱିଟ କରି ବିହାର ନିର୍ବାଚନରୁ ରାଜନୀତି ଆରମ୍ଭ କରିବାର ସଂଙ୍କେତ ଦେଇଛନ୍ତି ।

ସୂଚନାଯୋଗ୍ୟ ପ୍ରଶାନ୍ତ ବିଜେପି, କଂଗ୍ରେସ, ତୃଣମୂଳ କଂଗ୍ରେସ, ଜେଡିୟୁ ଇତ୍ୟାଦି ବିଭିନ୍ନ ଦଳ ପାଇଁ ରାଜନୈତିକ ରଣନୀତି ପ୍ରସ୍ତୁତ କରିସାରିଛନ୍ତି । ପ୍ରଥମେ ଲାଗୁଥିଲା ତୃଣମୂଳ କଂଗ୍ରେସରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିବେ । କିନ୍ତୁ ସେ ଏହାକୁ ଭୁଲ ପ୍ରମାଣିତ କରି ନିଜର ପାର୍ଟି ଗଠନ କରିବାର ସଂକେତ ଦେଇଛନ୍ତି । ପ୍ରଶାନ୍ତ ନିଜ ପାର୍ଟିକୁ ସଂପୂର୍ଣ୍ଣ ନୂତନ ଟେକନୋଲୋଜି ମାଧ୍ୟମରେ ତିଆରି କିବେ ବୋଲି ସୂଚନା ମିଳୁଛି । କିନ୍ତୁ କେବେ ନୂତନ ପାର୍ଟି ଆରମ୍ଭ କରିବେ ସେ ବିଷୟରେ ଘୋଷଣା କରି ନାହାନ୍ତି ପ୍ରଶାନ୍ତ ।

ପ୍ରଶାନ୍ତ ନିଜ ଟ୍ୱିଟରେ ଆହୁରି ମଧ୍ୟ ଲେଖିଛନ୍ତି ଗଣତନ୍ତ୍ରରେ ଭାଗୀଦାର ହେବା ସହ ଲୋକ ସମର୍ଥନକୁ କାର୍ଯ୍ୟକାରୀ କରିବାରେ ମୁଁ ୧୦ ବର୍ଷର ଉତଥାନ ପତନ ଦେଖିଛି । ମୁଁ ନିଜେ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି । ଅସଲ ମାଲିକ ଲୋକଙ୍କ ନିକଟକୁ ଯିବାର ସମୟ ଆସିଛି । ପ୍ରଶାନ୍ତ କହିଛନ୍ତି ବର୍ତ୍ତମାନ ସୁଶାସନ ବିହାରରୁ ଆରମ୍ଭ ହେବ । ସେ ନିଜ ଦଳର ନାମ ଜନ ସୁରାଜ ରଖିବେ ବୋଲି ସୂଚନା ଦେଇଛନ୍ତି ।