କଟକ: OTET ପ୍ରଶ୍ନପତ୍ର ଲିକ୍ ମାମଲାର ଶୁଣାଣି ଆଜି । କଟକ ଏଡିଜେ କୋର୍ଟରେ ଆଜି ମାମଲାର ଶୁଣାଣି ହେବ । ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ହେବ ଶୁଣାଣି । ତେବେ OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ଛାନ୍ଭିନ୍ ଜାରି ରଖିଛି କ୍ରାଇମବ୍ରାଞ୍ଚ । OTET କେଳେଙ୍କାରୀ ମାମଲାରେ ବୋର୍ଡର ପୂର୍ବତନ ଉପସଭାପତିଙ୍କ ସମେତ ଗିରଫ ହୋଇଛନ୍ତି ୭ ଜଣ । ଏହାପରେ ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ କଟକ ଏଡିଜେ କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । କୋର୍ଟ ଉକ୍ତ ମାମଲାର ଶୁଣାଣି କରି ଅଭିଯୁକ୍ତ ବିଜୟ ଓ ଜିତନଙ୍କୁ ୨ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ । ଏହାପରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପୃଥକ ପୃଥକ ଭାବେ ଜେରା କରିଥିଲା । ଦୀର୍ଘ ଘଣ୍ଟାର ଜେରାରେ ଅନେକ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ବୋଲି ସୂଚନା ମିଳିଛି । ଏହାପରେ ଗତକାଲି ଅନ୍ୟ ଦୁଇ ଜଣ ରାମଜୀ ପ୍ରସାଦ ଗୁପ୍ତା ଏବଂ ସନାତନ ବିଷୋୟୀଙ୍କୁ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ । ତାଙ୍କୁ ଗୋଟିଏ ଦିନ ରିମାଣ୍ଡରେ ନେଇଥିବା ବେଳେ ଆଜି ସେମାନଙ୍କୁ କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ । ସ୍ୱତନ୍ତ୍ର OTET ପ୍ରଶ୍ନପତ୍ର ଲିକ ମାମଲାରେ ଜାମିନ ଆବେଦନ ଶୁଣାଣି ହୋଇଥିଲା । ଏହି ସମ୍ପର୍କିତ ମାମଲାର ଶୁଣାଣି କରି କେଶ ଦାୟର ଦାଖଲ ପାଇଁ ସମୟ ନେଇଛି କ୍ରାଇମବ୍ରାଞ୍ଚ । ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣିର ତାରିଖ ଘୁଞ୍ଚିଥିଲା । ଆଜି ଉକ୍ତ ମାମଲାର ଶୁଣାଣି ହେବ । କ୍ରାଇମବ୍ରାଞ୍ଚ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଅନେକ ତଥ୍ୟ ହାସଲ କରିଛି । କହି ରଖୁଛୁ ଯେ, ଗତ ଜୁଲାଇ ୨୦ ତାରିଖରେ ଓଟିଇଟି ପରୀକ୍ଷା ହେବାକୁ ଥିବାବେଳେ ୧୯ ତାରିଖରେ ଏହା ଲିକ ହୋଇଥିଲା । ଫଳରେ ପରୀକ୍ଷାର ଦିନକ ପୂର୍ବରୁ ଏହାକୁ ବାତିଲ କରାଯାଇଥିଲା । କଟକ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନର ଏଷ୍ଟାବ୍ଲିସମେଣ୍ଟ ଅଫିସରଙ୍କ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିଲା । ଏହି ମାମଲାରେ ନିହାର ରଞ୍ଜନ ମହାନ୍ତିଙ୍କୁ ମିଶାଇ ମୋଟ ୭ ଜଣ ଗିରଫ ହୋଇ ଥିଲେ । ଗିରଫ ହୋଇ ଥିବା ପ୍ରଶାନ୍ତ ଖମାରି ପ୍ରଶ୍ନପତ୍ରକୁ ପାଇବା ପରେ ଏହାକୁ ନିଜ ହାତରେ ଲେଖି ଅନେକ ଲୋକଙ୍କୁ ବିକ୍ରି କରିଛନ୍ତି । ଏହା ସହ ଏହି ମାମଲାରେ ବୋର୍ଡ ର କିଛି କର୍ମଚାରୀଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ ରହିଥିବା ଡିଜି କହିଛନ୍ତି ।