ଭୁବନେଶ୍ଵର: OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ୨ ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ଖାରଜ । ଜିତନ ମହାରଣା ଓ ପ୍ରଶାନ୍ତ ଖମାରିଙ୍କ ଜାମିନ୍ ଆବେଦନ ଖାରଜ । ଉଭୟଙ୍କ ଜାମିନ୍ ଆବେଦନ ଖାରଜ କଲେ କଟକ ADJ-୩ । ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ୮ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି କ୍ରାଇମ୍ବ୍ରାଞ୍ଚ ।
ଗତ ଅଗଷ୍ଟ ୧୮ ତାରିଖରେ କଟକ ଏଡିଜେ କୋର୍ଟଙ୍କ ଶୁଣାଣି ବେଳେ ଏହି ମାମଲାରେ କେସ୍ ଡାଏରୀ ଦାଖଲ ପାଇଁ ସମୟ ନେଇଥିଲା କ୍ରାଇମ୍ବ୍ରାଞ୍ଚ । ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣିକୁ ମଧ୍ୟ ଘୁଞ୍ଚାଇ ଦେବା ସହ ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହୋଇଥିଲା । OTET କେଳେଙ୍କାରୀ ମାମଲାରେ ବୋର୍ଡର ପୂର୍ବତନ ଉପସଭାପତିଙ୍କ ସମେତ ଗିରଫ ହୋଇଛନ୍ତି ୭ ଜଣ । ଏହାପରେ କ୍ରାଇମବ୍ରାଞ୍ଚ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଅନେକ ତଥ୍ୟ ହାସଲ କରିଛି ।
କହି ରଖୁଛୁ ଯେ, ଗତ ଜୁଲାଇ ୨୦ ତାରିଖରେ ଓଟିଇଟି ପରୀକ୍ଷା ହେବାକୁ ଥିବାବେଳେ ୧୯ ତାରିଖରେ ଏହା ଲିକ ହୋଇଥିଲା । ଫଳରେ ପରୀକ୍ଷାର ଦିନକ ପୂର୍ବରୁ ଏହାକୁ ବାତିଲ କରାଯାଇଥିଲା । କଟକ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନର ଏଷ୍ଟାବ୍ଲିସମେଣ୍ଟ ଅଫିସରଙ୍କ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିଲା । ଏହି ମାମଲାରେ ନିହାର ରଞ୍ଜନ ମହାନ୍ତିଙ୍କୁ ମିଶାଇ ମୋଟ ୭ ଜଣ ଗିରଫ ହୋଇ ଥିଲେ । ଗିରଫ ହୋଇ ଥିବା ପ୍ରଶାନ୍ତ ଖମାରି ପ୍ରଶ୍ନପତ୍ରକୁ ପାଇବା ପରେ ଏହାକୁ ନିଜ ହାତରେ ଲେଖି ଅନେକ ଲୋକଙ୍କୁ ବିକ୍ରି କରିଛନ୍ତି । ଏହା ସହ ଏହି ମାମଲାରେ ବୋର୍ଡ ର କିଛି କର୍ମଚାରୀଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ ରହିଥିବା ଡିଜି କହିଛନ୍ତି ।