OTET ପ୍ରଶ୍ନପତ୍ର ଲିକ୍‌ ମାମଲା; ୬ ଅଭିଯୁକ୍ତଙ୍କ ଜାମିନ୍ ଆବେଦନ

ଭୁବନେଶ୍ଵର: OTET ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଜାମିନ୍ ପାଇଁ ଆବେଦନ କଲେ ୬ ଅଭିଯୁକ୍ତ । ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ୬ ଜଣ ଅଭିଯୁକ୍ତ । ନିହାର ମହାନ୍ତିଙ୍କ ସମେତ ୬ ଜଣ ଜାମିନ୍ ପାଇଁ ଆବେଦନ କରିଥିବା ନେଇ ସୂଚନା ମିଳିଛି ।

OTET ପେପର୍ ଲିକ୍ ମାମଲା ବ୍ୟାପକ ଦୃଷ୍ଟି ଆକର୍ଷଣ କରିଛି । କ୍ରାଇମ୍ ବ୍ରାଞ୍ଚ ଏପର୍ଯ୍ୟନ୍ତ ଏହି ମାମଲାରେ ମୋଟ ୮ ଜଣଙ୍କୁ ଗିରଫ କରିଛି । ସମସ୍ତ ଅଭିଯୁକ୍ତ ବର୍ତ୍ତମାନ ଚୌଦ୍ୱାର ଜେଲରେ ଅଛନ୍ତି । ପୂର୍ବରୁ ସେମାନଙ୍କ ଜାମିନ ଆବେଦନ କୋର୍ଟ ଦ୍ୱାରା ଖାରଜ ହୋଇସାରିଛି । ତେବେ ଏହି ଦୁର୍ନୀତି ଓଡ଼ିଶାରେ ପରୀକ୍ଷା ପ୍ରକ୍ରିୟାର ସଚ୍ଚୋଟତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି, ଯାହା ଶିକ୍ଷା ବ୍ୟବସ୍ଥାରେ କଠୋର ତଦାରଖ ଏବଂ ସଂସ୍କାର ପାଇଁ ଦାବି କରୁଛି । କ୍ରାଇମବ୍ରାଞ୍ଚ ଦ୍ୱାରା ଚାଲିଥିବା ତଦନ୍ତର ଲକ୍ଷ୍ୟ ହେଉଛି ଷଡ଼ଯନ୍ତ୍ରର ସମ୍ପୂର୍ଣ୍ଣ ପରିସରକୁ ଉନ୍ମୋଚନ କରିବା ଏବଂ ଦାୟୀ ଲୋକଙ୍କୁ ଦାୟୀ କରିବା ।