OTET ପ୍ରଶ୍ନପତ୍ର ଲିକ୍‌ ମାମଲା; ସତ ମାନିଲେ ଜିତନ ମହାରଣା, ବିଜୟ ମିଶ୍ର

ଭୁବନେଶ୍ଵର: OTET ପ୍ରଶ୍ନପତ୍ର ଲିକ୍‌ ମାମଲା । ସତ ମାନିଲେ ଜିତନ ମହାରଣା ଓ ବିଜୟ ମିଶ୍ର । ରିମାଣ୍ଡରେ ଆସିଥିବା ଜିତନ ମହାରଣା ଓ ବିଜୟ ମିଶ୍ର ସତ ମାନିଲେ । ଡ୍ରାଇଭର ଜରିଆରେ କଟକରୁ ନୟାଗଡ଼କୁ ପେନ୍‌ଡ୍ରାଇଭରେ ପ୍ରଶ୍ନପତ୍ର ନେଇଥିଲେ । ସେଠାରେ ବିଜୟ ମିଶ୍ରଙ୍କ ଭାଇକୁ ଦିଆଯାଇଥିଲା ପେନ୍‌ଡ୍ରାଇଭ ସହ ହାର୍ଡକପି । ପରେ ଏହା ରାୟଗଡ଼ା ଅମ୍ବାଦଳାକୁ ନେଇ ପ୍ରଶ୍ନପ୍ରତ୍ର ହାତରେ ଲେଖାଯାଇଥିଲା । କିପରି ପ୍ରଘଟ ଜଣା ନ ପଡ଼ିବ ଏଥିପାଇଁ ହାତରେ ଲେଖିଥିଲେ ପ୍ରଶ୍ନପତ୍ର । ବିଜୟ ମିଶ୍ରଙ୍କ ଡ୍ରାଇଭର ସହ ତାଙ୍କ ଭାଇକୁ ମଧ୍ୟ ପଚରାଉଚରା ଜାରି । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ମିଳିଥିବା ନେଇ କ୍ରାଇମବ୍ରାଞ୍ଚ୍‌ର ସୂଚନା । ପ୍ରଶ୍ନପତ୍ର ଲିକ୍‌ର ପୂରା ଖେଳ ଖୋଲିକି କହିଛି ଜିତନ୍ । ବୋର୍ଡ ଉପସଭାପତି ନୀହାର ମହାନ୍ତିଙ୍କ ଲାପଟପରୁ ପ୍ରଶ୍ନପତ୍ର ଚୋରି ହେବା ପରେ ସକ୍ରିୟ ହୋଇ ଉଠିଥିଲା ସିଣ୍ଡିକେଟ୍‌ । ଡ୍ରାଇଭରଙ୍କ ହାତରେ ୧୫୦୦ ଟଙ୍କା ଦେଇ ପେନ୍ ଡ୍ରାଇଭ ଓ ହାର୍ଡକପିକୁ ତୁରନ୍ତ ନୟାଗଡ଼କୁ ପଠାଇଥିଲେ ଜିତନ୍ । ନୟାଗଡ଼ରେ ଶିକ୍ଷକ ନେତା ବିଜୟ ମିଶ୍ର ପେନ୍ ଡ୍ରାଇଭ ଓ ହାର୍ଡକପି ସଂଗ୍ରହ କରିବା ପରେ ଡିଲ୍ ମୁତାବକ ରାୟଗଡ଼ାକୁ ପଠାଯାଇଥିଲା ।  କ୍ରାଇମବ୍ରାଞ୍ଚ ଏନେଇ ଡ୍ରାଇଭର ଓ ବିଜୟଙ୍କ ସମ୍ପର୍କୀୟଙ୍କୁ ଜେରା କରି ଅନେକ ସୁରାଗ ପାଇଛି ।