କଟକ: ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଇଲିଜିବିଲିଟି ଟେଷ୍ଟ (OSSTET)–୨୦୨୫ର ଫଳାଫଳ ପ୍ରକାଶ ପାଇଛି। Board of Secondary Education, Odisha (BSE) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ପରୀକ୍ଷାରେ ମୋଟ ୭୨.୩୮ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି।
ପରୀକ୍ଷାର ଫଳାଫଳ ମାଧ୍ୟମିକ ଶିକ୍ଷା ପରିଷଦର ଆଧିକାରିକ ୱେବସାଇଟ୍ରେ ଅପଲୋଡ୍ କରାଯାଇଛି। ପରୀକ୍ଷାର୍ଥୀମାନେ ଅପରାହ୍ଣ ୪ଟାରୁ www.bseodisha.ac.in
ଓ www.bseodisha.nic.in ମାଧ୍ୟମରେ ନିଜ ରେଜଲ୍ଟ ଯାଞ୍ଚ କରିପାରିବେ। ଗତ ଜାନୁଆରୀ ୨୧ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପେପର–୧ ଓ ପେପର–୨ରେ ମୋଟ ୫୬,୪୫୬ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। ଏହି ଫଳାଫଳ ଶିକ୍ଷକ ହେବାକୁ ଆଗ୍ରହୀ ଆଶାୟୀମାନଙ୍କ ପାଇଁ ଏକ ମାଇଲସ୍ଟୋନ୍ ସାବ୍ୟସ୍ତ ହେବ।
ପରୀକ୍ଷାର୍ଥୀମାନେ ଅପରାହ୍ଣ ୫ଟା ପରଠାରୁ ୱେବସାଇଟ୍ରୁ ନିଜ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ। ଯେଉଁମାନେ ଉତ୍ତୀର୍ଣ୍ଣ ହୋଇନାହାନ୍ତି, ସେମାନେ ନିଜ OMR ସିଟ୍ ମଧ୍ୟ ଡାଉନଲୋଡ୍ କରିବାର ସୁବିଧା ପାଇବେ। OSSTET ପରୀକ୍ଷା ଓଡ଼ିଶାରେ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକତ୍ୱ ପାଇଁ ଆବଶ୍ୟକ ଯୋଗ୍ୟତା ନିର୍ଣ୍ଣୟରେ ଏକ ମୁଖ୍ୟ ପରୀକ୍ଷା ଭାବେ ପରିଗଣିତ ହୁଏ। ଏହି ଫଳାଫଳ ପ୍ରକାଶ ପାଇବା ସହିତ ହଜାର ହଜାର ଆଶାୟୀଙ୍କ ଅପେକ୍ଷାର ଅନ୍ତ ଘଟିଛି।