ଭୁବନେଶ୍ଵର: RI, ARI, ଅମିନ, ICDS, SFS ପ୍ରିଲିମ୍ ପରୀକ୍ଷା ବାତିଲ୍ କଲେ OSSSC । ଏନେଇ ହାଇକୋର୍ଟଙ୍କୁ ଅବଗତ କଲେ AG ପୀତାମ୍ବର ଆଚାର୍ଯ୍ୟ । ଅଗଷ୍ଟ ୧ରୁ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ହେବାକୁ ଥିବା ମେନ୍ ପରୀକ୍ଷା ବି ବାତିଲ ହୋଇଛି । ୧୪ ଦିନ ଭିତରେ ସାନି ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ କରିବେ କମିଶନ । ତେବେ ଆଉ ସାନି ଆବେଦନ କରିବାକୁ ପଡ଼ିବନି, ସମସ୍ତଙ୍କୁ ପରୀକ୍ଷା ପାଇଁ ସୁଯୋଗ ମିଳିବ । ପ୍ରିଲିମ୍ରେ ତ୍ରୁଟି ଅଭିଯୋଗ ପରେ ସମସ୍ତଙ୍କୁ ପାସ୍ କରାଯାଇଥିଲା । ମାତ୍ର ଏହା ପ୍ରକାଶିତ ବିଜ୍ଞପ୍ତି ନିୟମ ଉଲ୍ଲଙ୍ଘନ ବୋଲି ପିଟିସନ୍ ହୋଇଥିଲା । ଭ୍ୟାକେନ୍ସି ପୋଷ୍ଟର ୫ ଗୁଣା ମେନ୍ ପରୀକ୍ଷା ଦେଇପାରିବେ ଉଲ୍ଲେଖ ଥିଲା । ମାତ୍ର ସମସ୍ତଙ୍କୁ ମେନ୍ ପରୀକ୍ଷା ସୁଯୋଗ ଦିଆଯିବାରୁ ମାମଲା କୋର୍ଟକୁ ଆସିଥିଲା । ଶେଷରେ ହେବାକୁ ଥିବା କମ୍ବାଇଣ୍ଡ ରିକ୍ରୁଟମେଣ୍ଟ ପରୀକ୍ଷା ବାତିଲ ହେଲା ।
ସୂଚନା ଯୋଗ୍ୟ,ଗତବର୍ଷ ସେପ୍ଟେମ୍ବର ୨୦ ରୁ ଅକ୍ଟୋବର ୮, ୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ପ୍ରିଲିମିନାରୀ ପରୀକ୍ଷାରେ ହୋଇଥିବା ଅନିୟମିତତା ପରୀକ୍ଷା ସାମ୍ନାକୁ ଆସିଥିଲା। ଏନେଇ ପରୀକ୍ଷାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ, OSSSC ଏକ ଅଭୂତପୂର୍ବ ନିଷ୍ପତ୍ତି ନେଇ ପ୍ରିଲିମ୍ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରାର୍ଥୀଙ୍କୁ ପାସ୍ ଘୋଷଣା କରି ମେନ୍ ପରୀକ୍ଷାରେ ଅଂଶଗ୍ରହଣ କରିବାର ସୁଯୋଗ ଦେଇଥିଲା। ଏହି ନିଷ୍ପତ୍ତି ଅନୁଯାୟୀ, ପ୍ରାୟ ୫ ଲକ୍ଷ ପରୀକ୍ଷାର୍ଥୀ ମେନ୍ ପରୀକ୍ଷା ପାଇଁ ଯୋଗ୍ୟ ହୋଇଥିଲେ।