FIH ଓଡିଶା ହକି ପୁରୁଷ ବିଶ୍ୱକପ; ସାରା ରାଜ୍ୟରେ ଆୟୋଜନ ହେବ ସିଟି ଫେଷ୍ଟିଭାଲ

ଭୁବନେଶ୍ୱର: ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି FIH ଓଡିଶା ହକି ପୁରୁଷ ବିଶ୍ୱକପ । ଏ ନେଇ ଏବେ ଠାରୁ ହକି ପ୍ରେମିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିିଳିଛି । ସାରା ରାଜ୍ୟରୋ ଆୟୋଜନ ହେବ ସିଟି ଫେଷ୍ଟିଭାଲ । ଏ ନେଇ ସ୍କୁଲ ,କଲେଜରେ ହକି ବିଶ୍ୱକପ୍ର ପ୍ରମୋସନ କରାଯିବ । ଏ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ହକି ବିଶ୍ୱକପ୍ ଆୟୋଜନ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥି ସହ ବୈଠକରେ ବିଶ୍ୱକପ ଆୟୋଜନ ପ୍ରସ୍ତୁତି ସର୍ମ୍ପକରେ ସମୀକ୍ଷା କରାଯାଇଛି । ଏହି ବୈଠକରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଉପସ୍ଥିତ ଥିଲେ । ଏଥି ସହ ଆଲୋଚନା ସମୟରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ହକି ଇଣ୍ଡିଆର ଅଧିକାରୀମାନେ ଉପସ୍ଥିତ ଥିଲେ।

ବିଷେଶ କରି ଏହି ବୈଠକରେ ଷ୍ଟାଡିୟମର ପ୍ରସ୍ତୁତି, ସଂଯୋଗୀକରଣ, ଆତିଥ୍ୟ, ସମ୍ପ୍ରଦାୟର ପ୍ରସାର, ସୁରକ୍ଷା ଏବଂ ନିରାପତ୍ତା, ଟ୍ରାଫିକ୍ ଏବଂ ଭିଡ଼ ପରିଚାଳନା, ବିଶ୍ୱକପ୍ ଉତ୍ସବ ଏବଂ ସହର ଉତ୍ସବ, ଆତିଥ୍ୟ, ଚିକିତ୍ସା ବ୍ୟବସ୍ଥା ର ସଠିକ ଉପାୟରେ ବନ୍ଦୋବସ୍ତ କରିବାକୁ ଗୁରୁତ୍ୱ ଦିଆଯାଇଥିବାର ସୂଚନା ରହିଛି ।

ସୂଚନାମୁତାବକ, ହକି ବିଶ୍ୱକପ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ କ୍ରୀଡା ଏବଂ ଯୁବ ସେବା ବିଭାଗ ୭୫ କୋଟି ଟଙ୍କା ବଜେଟ୍ ଆବଣ୍ଟନ କରିଛି। ଭୁବନେଶ୍ବରର କଳିଙ୍ଗ ଓ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳ ହେବ । ଉଭୟ ଷ୍ଟାଡିୟମରେ ସମସ୍ତ ବନ୍ଦୋବସ୍ଥ କରାଯାଉଛି । ଖୁବଶୀଘ୍ର ରାଉରକେଲାକୁ ବିମାନ ଚଳାଚଳ ଆରମ୍ଭ ହେବ । ରାଉରକେଲାରେ ଜାନୁଆରୀରୁ ମୋ ବସ ସେବା ଆରମ୍ଭ ହେବ । ପାଖରେ ହକି ଟିକେଟ ଥିଲେ ଷ୍ଟାଡିୟମକୁ ମାଗଣାରେ ମୋ ବସରେ ଯାଇପାରିବେ । ଆସନ୍ତା ୧୧ତାରିଖରେ କଟକରେ ହକି ବିଶ୍ବକପ ଉଦଘାଟନ କାର୍ୟ୍ୟକ୍ରମ ହେବ । ଏ ନେଇ ବୈଠକରେ ଆଲୋଚନା କରାଯାଇଛି ।

ତେବେ ଟ୍ରଫି ଯାତ୍ରା ରାଜ୍ୟର ସମସ୍ତ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିବ। ଏଥି ସହ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ସେମାନଙ୍କର ସର୍ବୋତ୍ତମ ପ୍ରୟାସ କରିବାକୁ ଏବଂ ହକି ବିଶ୍ୱକପ୍ ଏକ ବଡ଼ ସଫଳତା ବୋଲି ନିଶ୍ଚିତ କରିବାକୁ ଅନୁରୋଧ କରାଯାଇଥିଲା