ଭୁବନେଶ୍ଵର: ୨୦୨୩ OCS ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇଛି । ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥିରେ ମୋଟ୍ ୮୦୬ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ୨୯୩ ଜଣ ମହିଳା ସାମିଲ ଅଛନ୍ତି । କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ଇଣ୍ଟରଭ୍ୟୁ ସେପ୍ଟେମ୍ବର ୬ ତାରିଖରୁ ଆରମ୍ଭ ହେବ ।ନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଓପିଏସସିର ଓ୍ଵେବସାଇଟ http://opsc.gov.in କୁ ଯାଇ ପ୍ରିଲିମ ପରୀକ୍ଷା ଦେଇଥିବା ପ୍ରାର୍ଥୀ ଫଳାଫଳ ଜାଣିପାରିବେ । ସୂଚନାଯୋଗ୍ୟ, ୨୦୨୨ ଅକ୍ଟୋବର ୧୮ ତାରିଖରେ ୩୯୯ଟି ପଦବୀ ପୂରଣ ପାଇଁ ଦରଖାସ୍ତ ଆହ୍ବାନ କରାଯାଇଥିଲା । ତେବେ ୨୦୨୪ ଅକ୍ଟୋବର ୨୭ ତାରିଖରେ ହେବାକୁ ଥିବା ପ୍ରିଲିମିନାରୀ ପରୀକ୍ଷାକୁ ବାତ୍ୟା ‘ଦାନା’ ପାଇଁ ଘୁଞ୍ଚାଇ ଦିଆଯାଇଥିଲା । ୨୦୨୪ ଡିସେମ୍ବର ୧୫ ତାରିଖରେ ପ୍ରିଲିମିନାରି ପରୀକ୍ଷା ହୋଇଥିଲା ବେଳେ ଚଳିତ ବର୍ଷ ଏପ୍ରିଲ୍ ୧୯ ତାରିଖରେ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।