ବର୍ଦ୍ଧିତ ଦରମା ନେବେନି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ଅବଗତ କଲେ। ବର୍ଦ୍ଧିତ ଦରମା ଗରିବଙ୍କ ପାଇଁ ବିନିଯୋଗ କରିବାକୁ ଚିଠିରେ ଲେଖିଲେ।୨୫ ବର୍ଷ ହେଲା ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା, ସମର୍ଥନ ପାଇ ଆସୁଛି। ମୋ ପ୍ରତି ଓ ସ୍ବର୍ଗତ ମୋ ବାପାଙ୍କ ପ୍ରତି ସ୍ନେହ ପାଇଁ ମୁଁ ଚିର ଋଣୀ। ୨୦୧୫ରେ ପୈତୃକ ସଂପତ୍ତି ଆନନ୍ଦ ଭବନକୁ ଓଡ଼ିଶାବାସୀଙ୍କ ପାଇଁ ଉତ୍ସର୍ଗ। ତେଣୁ ବର୍ଦ୍ଧିତ ଦରମା ଗରିବଙ୍କ ପାଇଁ ବିନିଯୋଗ କରିବାକୁ ଅନୁରୋଧ କରୁଛି।
ସେହି ମନୋଭାବ ନେଇ, ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ପାଇଁ ନିକଟରେ ପାରିତ ହୋଇଥିବା ବର୍ଦ୍ଧିତ ଦରମା ଓ ଭତ୍ତାକୁ ମୁଁ ନେବାକୁ ଚାହୁଁନାହିଁ । ଏହି ଅର୍ଥକୁ ରାଜ୍ୟର ଗରିବ ଲୋକଙ୍କ କଲ୍ୟାଣ ପାଇଁ ବିନିଯୋଗ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ ।