ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି । ଟ୍ରାକ୍ଟର ରାଲି ତ କେବେ କପିଲ ସିବଲଙ୍କ ଜନ୍ମଦିନ ପାର୍ଟି ରେ ବିପକ୍ଷ ମାନଙ୍କୁ ଏକଜୁଟ ରଖିବାରେ ପ୍ରୟାସ ଜାରି ରହିଛି କଂଗ୍ରେସ ପକ୍ଷରୁ । ବିପକ୍ଷ ଦଳର ନେତାଙ୍କୁ ଏକଜୁଟ କରିବା ପାଇଁ ଅଗଷ୍ଟ ୨୦ରେ ସୋନିଆ ଗାନ୍ଧୀ ଭର୍ଚ୍ଚୁଆଲ ମିଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ମୋଦୀ ସରକାରଙ୍କ ବିରୋଧରେ ଶକ୍ତି ପଦର୍ଶନ ପାଇଁ ବିରୋଧୀ ମାନେ ଏକଜୁଟ ହେବା ଆରମ୍ଭ କରିଦେଇଛନ୍ତି । ଏହି ଭର୍ଚ୍ଚୁଆଲ ମିଟିଂରେ ମମତା ବାନାର୍ଜୀ, ଉଦ୍ଧବ ଠାକରେ, ଶରଦ ପାଓ୍ବାର, ଏମକେ ଷ୍ଟାଲିନ, ହେମନ୍ତ ସୋରେନ ଏହି ଭର୍ଚ୍ଚୁଆଲ ମିଟିଂରେ ସାମିଲ ହେବାକୁ ନମନ୍ତ୍ରିତ କରିଛନ୍ତି ସୋନିଆ ଗାନ୍ଧୀ । ୧୫ଟି ବିପକ୍ଷ ଦଳ ସଫଳତାର ସହ ଏକଜୁଟ ହୋଇ ମୌସୁମୀ ଅଧିବେଶନରେ ମୋଦୀ ସରାକରଙ୍କୁ ଦେଶର ମୌଳିକ ସମସ୍ୟାକୁ ନେଇ ବିରୋଧ କରିପାରିଥିଲେ । ପେଗାସସ୍ , କୃଷି ଆଇନ, ତୈଳଦର ବୃଦ୍ଦି ଆଦିକୁ ନେଇ ଜୋରଦାର ଭାବେ ବିରୋଧର ସାମ୍ନା ହୋଇଥିଲେ ।