ଭୁବନେଶ୍ୱର: କିଛି ଦିନ ତଳେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଇଥିଲା । ବିଶ୍ୱରେ ବୃଦ୍ଧି ପାଉଥିବା ଜନସଂଖ୍ୟା ପ୍ରତି ଲୋକ ମାନଙ୍କୁ ଜାଗୃତ କରାଇବା ପାଇଁ ପ୍ରତିବର୍ଷ ଜୁଲାଇ ୧୧ରେ ପାଳନ କରାଯାଇଥାଏ ବିଶ୍ୱ ଜନ ସଂଖ୍ୟା ଦିବସ । ମିଳିତ ଜାତିସଂଘ(ୟୁଏନ୍) ରିପୋର୍ଟ ମୁତାବକ ୨୦୨୩ ମସିହା ସୁଦ୍ଧା ଭାରତର ଜନସଂଖ୍ୟା ବଢ଼ି ଚାଇନା ଠାରୁ ଅଧିକ ହୋଇଯିବ। ବିଶ୍ୱର ମୋଟ ଜନସଂଖ୍ୟାର ୧୯ ପ୍ରତିଶତ ଚାଇନାର ହୋଇଥିବା ବେଳେ ୧୮ ପ୍ରତିଶତ ଭାରତର। ବର୍ତ୍ତମାନ ଆରଏସଏସ ଅର୍ଥାତ୍ ରାଷ୍ଟ୍ରିୟ ସ୍ୱୟଂ ସେବା ସଂଘର ମୁଖ୍ୟ ମୋହନ ଭଗବତ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ନିଜର ମତ ଦେଇଛନ୍ତି।
ଆରଏସଏସ ଅର୍ଥାତ୍ ରାଷ୍ଟ୍ରିୟ ସ୍ୱୟଂ ସେବା ସଂଘର ମୁଖ୍ୟ ମୋହନ ଭଗବତ ଜନସଂଖ୍ୟା ନିୟନ୍ତ୍ରଣ ଉପରେ କହିଛନ୍ତି ଯେ, କେବଳ ଖାଇବା ଆଉ ଜନସଂଖ୍ୟା ବଢ଼ାଇବା ତ ପଶୁମାନେ କରନ୍ତି । ଜୀବନର ଲକ୍ଷ କେବଳ ଜୀବିତ ରହିବା ଉଚିତ ନୁହେଁ , ମଣିର ଅନେକ କର୍ତ୍ତବ୍ୟ ଅଛି । ଏକ କାର୍ୟ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ମୋହନ ଭାଗବତ କହିଛନ୍ତି ଯେ ଯଦି ମଣିଷର ବୁଦ୍ଧି ନ ଥାନ୍ତା, ତେବେ ସେ ପୃଥିବୀର ସବୁଠାରୁ ଦୁର୍ବଳ ପ୍ରାଣୀ ହୋଇଥାନ୍ତେ, କିନ୍ତୁ ବେଳେବେଳେ ମନୁଷ୍ୟ ଜୀବନରେ ଜ୍ଞାନଗତ ପ୍ରେରଣା ଆସିଥିଲା ଯାହା ତାଙ୍କୁ ସର୍ବୋତ୍ତମ କରିଥିଲା , କିନ୍ତୁ କେବଳ ଖାଇବା ପିଇବା ଏବଂ ଜନ ସଂଖ୍ୟା ବୃଦ୍ଧି କରିବା ଏହାଜୀବଜନ୍ତୁମାନେ ମଧ୍ୟ କରନ୍ତି । ମୋହନ ଭଗବତ ମଧ୍ୟ ଦେଶର ବିକାଶ ଉପରେ ନିଜର ମତ ରଖିଥିଲେ। ସେ କହିଛନ୍ତି ଯେ ବିଗତ ବର୍ଷଗୁଡିକରେ ଦେଶ ବହୁତ ଅଗ୍ରଗତି କରିଛି, ଏବଂ ବିକାଶ ଦେଖିଛି । ଭାରତ ଇତିହାସର ଶିକ୍ଷା କରି ଭବିଷ୍ୟତର ଧାରଣା ବୁଝିକି ବିକାଶ କରିଛି । ଭଗବତ କହିଛନ୍ତି ଯେ ଦେଶରେ ବିକାଶ ଯାହା ଦୃଶ୍ୟମାନ ହେଉଛି, ଏହାର ମୂଳଦୁଆ ୧୮୫୭ ମସିହାରେ କରାଯାଇଥିଲା। ପରେ ବିବେକାନନ୍ଦ ତାଙ୍କ ନୀତି ସହିତ ଏହାକୁ ଆଗକୁ ନେଇଥିଲେ । ତେବେ ଏସବୁ ମଧ୍ୟରେ ମୋହନ ଭଗବତ ସ୍ୱୀକାର କରିଛନ୍ତି ଯେ ବିଜ୍ଞାନ ଏବଂ ବାହ୍ୟ ଜଗତର ଅଧ୍ୟୟନ ମଧ୍ୟରେ ସନ୍ତୁଳନର ଅଭାବ ସ୍ପଷ୍ଟ ଦେଖାଯାଉଛି। ଭାଗବତ କହିଛନ୍ତି ଯେ ଯଦି ଭାଷା ଅଲଗା ତେବେ ବିବାଦ ଅଛି, ଯଦି ତୁମର ଧର୍ମ ଅଲଗା ତେବେ ବିବାଦ ଅଛି। ଆପଣଙ୍କ ଦେଶ ଅନ୍ୟ ହୋଇଥିଲେ ମଧ୍ୟ ବିବାଦ ଅଛି । ପରିବେଶ ଏବଂ ବିକାଶ ମଧ୍ୟରେ ସର୍ବଦା ବିବାଦ ରହିଆସିଛି । ଏଭଳି ପରିସ୍ଥିତିରେ, ଗତ ଏକ ହଜାର ବର୍ଷ ମଧ୍ୟରେ ବିଶ୍ୱବିକଶିତ ହୋଇଛି ।