ସୁବର୍ଣ୍ଣପୁର ; ଶୀତଳ ଷଷ୍ଠୀ ଦେଖିଯିବା ସାଜିଲା କାଳ । ବୌଧ ଜିଲ୍ଲାରୁ ସମ୍ବଲପୁରକୁ ଶୀତଳ ଷଷ୍ଠୀ ଦେଖୀ ଯାଉଥିବା ସମୟରେ ବାଟରେ ଜଗି ବସିଥିଲା ମୃତ୍ୟୁ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଫୁଲମୁଠି ଛକ ଠାରେ ରାସ୍ତା ଉପରେ କଟା ହୋଇଥିବା ଧାନ ଗଦା ଉପରକୁ ବାଇକ ଚଢ଼ି ଯାଇଥିଲା । ଫଳରେ ବାଇକ ଚାଳକଙ୍କ ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ବୌଧ ଜିଲ୍ଲା ମନମୁଣ୍ଡ ଥାନା କନାବିର ଗ୍ରାମର ରବି ଭୋଇ (୩୦) । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଆମ୍ବୁଲାନ୍ସ ଓ ପୋଲିସକୁ ଖବର ଦେଇଥିଲ । ଆମ୍ବୁଲାନ୍ସ ଯୋଗେ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।