ଗୋପ: ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ । ବିଳମ୍ବିତ ରାତିରେ ଭଉଣୀ ଘରୁ ଫେରୁଥିବା ବେଳେ ଦୃଘଟଣା ଘଟିଛି । ପୁରୀ ଜିଲ୍ଲା ଗୋପ ଥାନା ଅଧିନ ଖଡିସ ଠାରେ ଅଜଣା ଗାଡି ଧକ୍କା ରେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ ଯୁବକ ଜଣକ ହେଉଛନ୍ତି ଖୋରଡ଼ ଗ୍ରାମର ନିରଞ୍ଜନ ନାୟକ। ସେ ପୋଇତାର ଗାଁରେ ତାଙ୍କ ଭଉଣୀ ଘରେ ସୁଦଘର କାର୍ଯ୍ୟ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଗୋପ ଥାନା ହୁମୁଗାଡେ ତାଙ୍କୁ ଗୋପ ମେଡିକାଲ ଆଣି ଚିକିତ୍ସା କରୁଥିବା ବେଳେ ମେଡିକାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଶବ ସହ ବାଇକି ଜବତ କରି ଗୋପ ପୋଲିସ ତଦନ୍ତ ଆରମ୍ଭ କରିଛି । କ୍ୱିନରୁ ଏପର୍ୟ୍ୟନ୍ତ ଧକ୍କା ଦେଇଥିବା ଗାଡିର କୌଣସି ପତା ପାଇନାହିଁ ଗୋପ ପୋଲିସ।