ସିନେମା ସୁଟିଂ ନାଁରେ ଯୁବତୀ ଦୁଷ୍କର୍ମ ଘଟଣା: ଅଭିଯୁକ୍ତ ଖୋର୍ଦ୍ଧାରୁ ଗିରଫ

ଭୁୁବନେଶ୍ୱର(ସରୋଜ ରାଉତ): ସିନେମା ସୁଟିଂ ନାଁରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଏପରି ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।
ଖବର ଅନୁଯାୟୀ, ଗତ ମାର୍ଚ୍ଚ୪ ତାରିଖ ଦିନ ରାତିରେ ସୁଟିଂ ବାହାନାରେ ଯୁବତୀଙ୍କ ଘରୁ ଡାକିଲେ ଆଣିଥିଲେ ।ପରେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି । ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଏହି କ୍ରମରେ ଅଭିଯୁକ୍ତ ସରୋଜ ବିଶ୍ୱାଳକୁ ଖୋର୍ଦ୍ଧାରୁ ଗିରଫ କରିଛି ଭରତପୁର ଥାନା ପୋଲିସ ।