ଆସନ୍ତା ୯ ତାରିଖରେ ହେବ ମହାପ୍ରଭୁଙ୍କୁ ବନକଲାଗି ନୀତି

0

ପୁରୀ: ବହୁ ବାଦ ବିବାଦ ପରେ ବନକଲାଗି ନୀତି ବିବାଦର ଘଟିଛି ଅନ୍ତ । ଜିଦରୁ ଓହରିଲେ ଦତ୍ତମହାପାତ୍ର ନିଯୋଗ । ତେବେ ଆସନ୍ତା ୯ ତାରିଖରେ ହେବ ମହାପ୍ରଭୁଙ୍କୁ ବନକଲାଗି ନୀତି । ଶ୍ରୀଜିଇଙ୍କ ହେବ ଶ୍ରୀମୁଖ ସିଂହାର । ବିଶେଷ ନୀତି ଥିବାକୁ ଆସନ୍ତାକାଲି ହେବନି ବନକଲାଗି । ବନକଲାଗି ନୀତିକୁ ନେଇ ଅନିଶ୍ଚିତତା ଲାଗିରହିଥିଲା । ତେବେ ଏହାରି ଭିତରେ ବନକଲାଗି ନୀତି ନେଇ ଦିନ ଧାର୍ୟ୍ୟ ହୋଇଛି । ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।