ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ

ଦେବଗଡ:ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ସିଂହଶକ୍ଷଲ ପଞ୍ଚାୟତର ହରେକୃଷ୍ଣପୁର ଗ୍ରାମରରେ । ମୃତକ ଜଣକ ହେଲେ ରେଙ୍ଗତୁ ମହାନ୍ତ ।ଆଜି ସକାଳୁ ସେ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଟୁଲ(ମହୁଲ ଫଳ)ସଂଗ୍ରହ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା ।

ଫଳରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ବାରକୋର୍ଟ ଡାକ୍ତର ଖାନରେ ଭର୍ତ୍ତି କରିଥିଲେ । ବାରକୋଟରେ ଚିକିତ୍ସା ଧିନ ଅବସ୍ଥାରେ ବୃଦ୍ଧର ମୃତ ଘଟିଥିଲା । ଫଳରେ ଏନେଇ ବାରକୋଟ ଥାନା ପୋଲିସ ଘଟଣାର ତଦନ୍ତ କରି , ପାଲଲହଡା ମୁଖ୍ୟ ଚିକିତ୍ସାଲୟକୁ ଶବ ବ୍ୟବଛେଦ ପାଇଁ ପଠାଇ ଥିବା ଜଣା ପଡିଛି।