ନାରୀଶକ୍ତିର ଅନନ୍ୟ ଦିଗଦର୍ଶନ ଓଡ଼ିଶାର ସମାଜସେବୀ ଶୃତି ମହାପାତ୍ର ସମ୍ମାନିତ
ପ୍ରତି ନିର୍ବାଚନ ମଣ୍ଡଳୀରେ ବିଜେଡି ପାଳୁଛି ଅନ୍ତର୍ଜାତୀୟ ମହିଳା ଦିବସ
ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତ୍ୟକ ବର୍ଷ ଏହି ଦିବସ ମାର୍ଚ୍ଚ ମାସ ୮ ତାରିଖରେ ପାଳନ କରାଯାଇଥାଏ । ଆର୍ଥିକ, ରାଜନୈତିକ, ସାମାଜିକ କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନ ବଢ଼ାଇବା ଓ ଅଧିକାର ପ୍ରତି ସଚେତନ କରିବାକୁ ଏହି ଦିବସ ପାଳନ କରାଯାଏ ।ତେବେ ଏହି ଅବସରରେ ଦେଶର ରାଜଧାନୀ ଦିଲ୍ଲୀରେ ୨୦୨୦-୨୧ ବର୍ଷ ପାଇଁ ପ୍ରଦାନ କରାଯାଇଛି ନାରୀ ଶକ୍ତି ସମ୍ମାନ । ଦେଶର ବିଭିନ୍ନ ପ୍ରାନ୍ତର ମୋଟ ୨୯ ଜଣ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ମହିଳାଙ୍କୁ ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ ସମ୍ମାନିତ କରାଯାଇଛି । ତେବେ ଏହି ୨୯ ଜଣ ମହିଳା ମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ନାରୀଶକ୍ତିର ଅନନ୍ୟ ଦିଗଦର୍ଶନ ଓଡିଶାର ସମାଜସେବୀ ଶୃତି ମହାପାତ୍ର ।
ତେବେ ଏହି ପୁରସ୍କାର ପାଇଁ ସମାଜସେବା, ସାହିତ୍ୟ, ସେବା, ଶିକ୍ଷା, କୃଷି ଉଦ୍ୟୋଗ, ହସ୍ତଶିଳ୍ପ, ପରିବେଶ ସୁରକ୍ଷା କ୍ଷେତ୍ରକୁ ବିଶେଷ ଅବଦାନ ଦେଇଥିବା ମହିଳା ମାନଙ୍କୁ ଚୟନ କରାଯାଇଥିଲା । ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଉଥିବା ଏହି ସମ୍ମାନ ସମାଜରେ ନାରୀଶକ୍ତିଙ୍କୁ ସମ୍ମାନ ପ୍ରଦାନ କରିବା ସହ ସେମାନଙ୍କ ମନୋବଳକୁ ବୃଦ୍ଧି କରିବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ।
Empowerment of women has always been at the heart of #Odisha's initiatives – be it #MissionShakti, #Mamata, #NutritionBudget & participation of women in legislation. On #WomensDay, let’s celebrate their leadership and pledge to create more such leaders in different spheres. pic.twitter.com/QGV746btzh
— Naveen Patnaik (@Naveen_Odisha) March 8, 2022
ଅନ୍ୟପକ୍ଷେ, ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ପ୍ରଦାନ କରିଛନ୍ତି । ଓଡ଼ିଶା ସବୁବେଳେ ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇଆସିଛି । ମିଶନ ଶକ୍ତି, ମମତା ଯୋଜନା ଭଳି କାର୍ଯ୍ୟକ୍ରମ ଓ ବିଧାନସଭାରେ ମହିଳାଙ୍କ ଅଂଶଗ୍ରହଣକୁ ପ୍ରାଧାନ୍ୟ ରାଜ୍ୟରେ ମହିଳା ସଶକ୍ତିକରଣର ମହାନ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ସେପଟେ ଆଜି ପ୍ରତି ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଛି ବିଜେଡି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଦଳୀୟ ବିଧାୟକଙ୍କୁ ନିର୍ଦ୍ଦେଶ ପ୍ରଦାନ କରିବା ସହ ମହିଳା ସଶକ୍ତିକରଣ ପାଇଁ ବିଜୁ ଜନତା ଦଳ ବିଭିନ୍ନ ପଦକ୍ଷେପ ନେଇଛି ।ରାଜ୍ୟ ରାଜନୀତିରେ ମହିଳାଙ୍କ ଅଂଶଗ୍ରହଣ ପାଇଁ ଶାସକ ଦଳ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଥିବା ବେଳେ ମିଶନ ଶକ୍ତି ଏହାର ସଫଳ ଉଦାହରଣ ପାଲଟିଛି ।