ଭୁବନେଶ୍ଵର: ଓଡ଼ିଶାରେ ଏବେ ବି ଜାରି ରହିଛି ମାଓବାଦୀଙ୍କ ବର୍ବରତା। ଆନ୍ଧ୍ର ଏବଂ ଛତିଶଗଡ଼ ପଟୁ ମଧ୍ୟ ଓଡ଼ିଶାକୁ ମାଓବାଦୀମାନେ ପଶି ଆସୁଛନ୍ତି । ଏମାନଙ୍କ ଉପରେ ନଜର ଥିବା କହିଛନ୍ତି ବିଏସଏଫ ଆଇଜି । କେକେବିଏନ ଅଞ୍ଚଳ ଉପରେ ବିଏସଏଫ ବିଶେଷ ନଜର ରଖିଛି । ମାଓବାଦୀଙ୍କୁ ବିଏସଏଫ ଆଇଜିଙ୍କ କଡ଼ା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଆତ୍ମସମର୍ପଣ କର ନଚେତ୍ ଏନ୍କାଉଣ୍ଟର ହେବ ।

୨୦୨୬ ମସିହା ମାର୍ଚ୍ଚ ମାସ ସୁଦ୍ଧା ଓଡିଶାକୁ ନକ୍ସଲ ମୁକ୍ତ କରିବାକୁ ଆମର ଟାର୍ଗେଟ୍ ରହିଛି। ଆତ୍ମସମର୍ପଣ କଲେ ସହଯୋଗ ମିଳିବ , ମୁଖ୍ୟସ୍ରୋତରେ ଫେରିପାରିବେ। ହିଡ୍ମାର ଏନକାଉଣ୍ଟର ପରେ ଏବେ ଟପ୍ ମାଓନେତାଙ୍କୁ ଆମର ଟାର୍ଗେଟ୍ ରହିଛି। ଚଳିତବର୍ଷ ଓଡିଶାରେ ୧୯ ନକ୍ସଲ ନିହତ ହୋଇଛନ୍ତି। ୮ ଜଣ ଗିରଫ ହୋଇଥିବାବେଳେ ୬ ଜଣ ଆତ୍ମସମର୍ପଣ କରିଥିବା କହିଛନ୍ତି ବିଏସ୍ଏଫ୍ ଆଇଜି।