ଭୁବନେଶ୍ୱର : ନୂଆ ବର୍ଷରେ ନୂଆ ପୋଲିସ ମୁଖିଆ ପାଇବ ରାଜ୍ୟ । ବର୍ତ୍ତମାନର ପୋଲିସ ଡ଼ିଜି ସୁନୀଲ ଵଂଶଲ ଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ ରେ ଶେଷ ହେବାକୁ ଯାଉଛି । ତେବେ ନୂଆ ପୋଲିସ ଡ଼ିଜି କିଏ ହେବ ତାକୁ ନେଇ ପାୱାର କରିଡ଼ରରେ ଜୋର ଦାର ଚର୍ଚ୍ଚା । ଏହାପୂର୍ବରୁ ରାଜ୍ୟ ସରକାର କେଉଁ ଆଇପିଏସଙ୍କୁ ରାଜ୍ୟର ଆଇନ ଶୃଙ୍ଖଳାର ଦାୟିତ୍ୱ ଦେବେ ସେ ନେଇ ଚର୍ଚ୍ଚା ବଢିଛି । ଏହାରି ଭିତରେ ନୂଆ ପୋଲିସ ଡ଼ିଜି ଙ୍କ ପାଇଁ ୭ ଜଣଙ୍କ ନାଁ ସୁପାରିଶ କଲେ ରାଜ୍ୟ ସରକାର ।
ବି ରାଧୀକ, ଏ. ଏମ. ପ୍ରସାଦ, ୱାଇ.ବି ଖୁରାନିଆ, ଏସ ଏମ ନରବାଣେ,ଅରୁଣ ରାୟ, ଅରୁଣ ଷଡ଼ଙ୍ଗୀ ଓ ସୁଧାଂଶୁ ଷଡ଼ଙ୍ଗୀଙ୍କ ନାଁ କେନ୍ଦ୍ରକୁ ସୁପାରିଶ କରାଯାଇଥିବା ସୂଚନା ।