ଭୁବନେଶ୍ଵର: କଲବଲ କରିବ କୁହୁଡ଼ି । ୯ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ କରିଛି ପାଣିପାଗ ବିଭାଗ । କଟକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, କନ୍ଧମାଳକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ଅତି ଘନ କୁହୁଡ଼ି ସମ୍ଭାବନା ରହିଛି । ତେଣୁ ଗାଡ଼ି ନେଇ ଯିବାକୁ ଥିଲେ ସତର୍କ ପରାମର୍ଶ । ସେପଟେ ଆଜିଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗର ସୂଚନାନୁଯାୟୀ, କେଉଁଠି ୨ ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ବଢ଼ିବ ତ ଆଉ କେଉଁ ଅଞ୍ଚଳରେ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଯଦ୍ଦ୍ବାରା ଶୀତ ପ୍ରକୋପରୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ, ହେଲେ ଘନ କୁହୁଡ଼ି ଲାଗି ରହିବ।

ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ରା ୬.୨ ଡିଗ୍ରୀ ରେକର୍ଡ଼ ହୋଇଛି। ଏହି ଜିଲାରେ ୨୦୧୦ ଡିସେମ୍ବର ୭ରେ ରାତି ତାପମାତ୍ରା ୫.୬ ଡିଗ୍ରୀ ଥିବାବେଳେ ୨୦୨୦ ଡିସେମ୍ବର ୧୯ରେ ୫.୮, ୨୦୧୪ ଡିସେମ୍ବର ୨୯ରେ ୬.୪ ଡିଗ୍ରୀ ରେକର୍ଡ଼ ହୋଇଥିଲା। ଜିଲାର ବିଭିନ୍ନ ଅଞ୍ଚଳରେ ଶୀତ ପ୍ରକୋପ ଲାଗି ରହିଛି। ଗତ ୨୪ଘଣ୍ଟାରେ ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪.୩ ଡିଗ୍ରୀ ଥିବାବେଳେ ଫୁଲବାଣୀରେ ୬, ଦାରିଙ୍ଗବାଡ଼ି ଓ ସେମିଳିଗୁଡ଼ାରେ ୭, କିରେଇରେ ୭.୧, ନବରଙ୍ଗପୁର ରେ ୮.୮, ଭବାନୀପାଟଣା ଓ ଅନୁଗୋଳରେ ୯, ଚିପିଲିମାରେ ୯.୮ଡିଗ୍ରୀ ରହିଛି।