ଭୁବନେଶ୍ୱର: ଓଡ଼ିଶା ପୋଲିସ ବଢାଇବ ଇଂରାଜୀ କହିବାର ଦକ୍ଷତା । ଇଂରାଜୀ ଶିଖିବା ପାଇଁ କମିଶନରେଟ ପୁଲିସ ଏବଂ ବ୍ରିଟିଶ କାଉନସିଲ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହେବ । ଏହି ଚୁକ୍ତିନାମା ଅନୁଯାୟୀ କମିଶନରେଟ ପୋଲିସରେ କାର୍ଯ୍ୟ କରୁଥିବା ସମସ୍ତ ପୋଲିସ ବାହିନୀ ଇଂରାଜୀ କହିବା ଏବଂ ଲେଖିବା କ୍ଷେତ୍ରରେ ନିଜର ଦକ୍ଷତାକୁ ଆହୁରି ଅଧିକ ସମ୍ପ୍ରସାରଣ କରିବେ । ଏନେଇ କମିଶନରେଟ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ହେବ ଚୁକ୍ତି ସ୍ଵାକ୍ଷର ସମାରୋହ ।