ଭୁବନେଶ୍ଵର: ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ଘଟଣାରେ ସିବିଆଇର ତନାଘନା ଜାରି । ଆଉ ଜଣେ SSB ଯବାନଙ୍କ ସମେତ ୨ ଜଣ ଅଟକ । ଦୁଇ ଦିନ ଜେରା ପରେ SSB ଯବାନ ଅର୍ଜୁନ ନାୟକଙ୍କୁ ଅଟକ ରଖିଲା CBI । ଅର୍ଜୁନଙ୍କ ସହ ଅନ୍ୟ ଜଣେ ଅଭିଯୁକ୍ତ ନିମାଇଁ ଚରଣ ସାହୁ ମଧ୍ୟ ଅଟକ । ଅଭିଯୁକ୍ତ ବିରଞ୍ଚି ନାୟକଙ୍କ ଘନିଷ୍ଠ ସହଯୋଗୀ ହେଉଛନ୍ତି ନିମାଇଁ । ଉଭୟଙ୍କର ମେଡିକାଲ ଯାଞ୍ଚ ପରେ ସିବିଆଇ ଅଫିସକୁ ନିଆଯାଇଛି । ଗିରଫ ବିରଞ୍ଚି ନାୟକଙ୍କୁ CBI ରିମାଣ୍ଡରେ ନେଇ ଜେରା କରିଛି । ଦୁଇ ଦିନ ଜେରା ପରେ ଉଭୟଙ୍କୁ ସିବିଆଇ ଅଫିସକୁ ନିଆଯାଇଛି ।

ସୂଚନା ଅନୁଯାୟୀ, କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଦ୍ୱାରା ଦୁଇ ଦିନର ମାରାଥନ ଜେରା ପରେ SSB ଯବାନ ଅର୍ଜୁନ ନାୟକ ଏବଂ ମଧ୍ୟସ୍ଥି ନିମାଇଁ ଚରଣ ସାହୁଙ୍କୁ ଗିରଫ କରାଯାଇଛି। ନିମାଇଁ ସାହୁଙ୍କୁ ମୁଖ୍ୟ ଅଭିଯୁକ୍ତ ବିରଞ୍ଚି ନାୟକଙ୍କ ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଛି। ଯିଏକି ପୂର୍ବରୁ ହେପାଜତରେ ଥିଲେ। ତିନିଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଡାକ୍ତରୀ ପରୀକ୍ଷା ପରେ ଅଧିକ ପଚରାଉଚରା ପାଇଁ ଭୁବନେଶ୍ୱରସ୍ଥିତ CBI ରାଜ୍ୟ ମୁଖ୍ୟାଳୟକୁ ନିଆଯାଇଥିଲା।ନିଯୁକ୍ତି ଅନିୟମିତତାରେ SSB ଯବାନ ଅର୍ଜୁନ ନାୟକ ଏବଂ ନିମାଇଁ ଚରଣ ସାହୁଙ୍କ ଲିଙ୍କକୁ ନେଇ ପଚରାଉଚରା କରାଯାଉଛି। ପୂର୍ବରୁ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ଏହି ଦୁର୍ନୀତି ସହିତ ଜଡିତ ୧୨ ଜଣଙ୍କୁ ଗିରଫ କରିଥିଲା।