OPRBର ବଡ ନିଷ୍ପତ୍ତି, ସ୍ଥଗିତ ରହିଲା ପୋଲିସ SI ପରୀକ୍ଷା

ଭୁବନେଶ୍ଵର: ସ୍ଥଗିତ ରହିଲା ପୋଲିସ SI ପରୀକ୍ଷା । ଅକ୍ଟୋବର ୫ ଓ ୬ରେ ହେବାକୁ ଥିବା ଲିଖିତ ପରୀକ୍ଷା ସ୍ଥଗିତ ରହିଛି । ଅପ୍ରତ୍ୟାଶିତ ଘଟଣାକ୍ରମକୁ ନେଇ ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି OPRB । ଏନେଇ OPRB ଅଧ୍ୟକ୍ଷଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ସାନି ପରୀକ୍ଷା ତାରିଖ ଶୀଘ୍ର ଘୋଷଣା ନେଇ ସୂଚନା । ତେବେ ଏଥିପାଇଁ ହେଲ୍‌ପ ଲାଇନ୍ ନମ୍ବର ଜାରି କରିଛି OPRB । ତେବେ ସ୍ବଚ୍ଛତାର ସହ CPSE 2024 ପରୀକ୍ଷା ପାଇଁ ଦିଆଗଲା ପଦକ୍ଷେପ । କିଛି ଅସାଧୁ ବ୍ୟକ୍ତି ପରୀକ୍ଷାର୍ଥୀଙ୍କୁ ଭୁଲ୍ ବାଟକୁ ନେବା ଉଦ୍ୟମ ପରେ ତତ୍ପରତା ।  ଲାଞ୍ଚ ନେଲେ କିମ୍ବା ଦେଲେ ସମ୍ପୃକ୍ତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି କୁହାଯାଇଛି ।

ବଡ଼ କଥା ହେଲା ବ୍ରହ୍ମପୁର ପୋଲିସ ଆନ୍ଧ୍ର ଶ୍ରୀକାକୁଲମରୁ ୧୨୦ ପରୀକ୍ଷାର୍ଥୀଙ୍କୁ ଧରିବା ପରେ ବୋର୍ଡ ସଜାଗ ହୋଇଉଠିଥିଲା । ପରୀକ୍ଷା ପୂର୍ବରୁ ଜାଲିଆତି ପାଇଁ ଏହି ୧୨୦ ପରୀକ୍ଷାର୍ଥୀଙ୍କୁ ହାଇଦ୍ରାବାଦ ନିଆଯାଉଥିଲା । ତେବେ ପୋଲିସ ଖବର ପାଇ ସେମାନଙ୍କୁ ଶ୍ରୀକାକୁଲମରେ ଧରି ବ୍ରହ୍ମପୁର ଆଣି ପଚରାଉଚରା କରୁଛି । ପରୀକ୍ଷା ଦାୟିତ୍ବରେ ଥିବା ସଂସ୍ଥା ସେମାନଙ୍କୁ ଜାଲିଆତି ପାଇଁ ନେଉଥିଲା ବୋଲି ସୂଚନା ମିଳିଥିଲା । ଏହାପରେ ବୋର୍ଡ ପକ୍ଷରୁ ଏକ ହେଲ୍ପ ଲାଇନ ନମ୍ବର ମଧ୍ଯ ଜାରି କରାଗଲା । ସିପିଏସଇ-୨୦୨୪ ସବୁ ପରୀକ୍ଷାରେ ସ୍ବଚ୍ଛତା ପାଇଁ ଏହି ନମ୍ବର ଜାରି ହୋଇଥିଲା । ନିଜ ଅଭିଯୋଗ 9040493223 ନମ୍ବରରେ ଜଣାଇବା ପାଇଁ ଓପିଆରବି ନିବେଦନ କରିଥିଲା । ହେଲେ କିଛି ସମୟ ପରେ ପରୀକ୍ଷା ସ୍ଥଗିତ ଲାଗି ଘୋଷଣା କରିଥିଲା ।