ଏଣିକି ଓଡିଶା ପୋଲିସର ମୁଖ୍ୟ ସହାୟକ ହେବ ମୁଧୋଲ ହାଉଣ୍ଡ…

0

ଭୁବନେଶ୍ୱର : ଓଡ଼ିଶା ପୋଲିସ କେ-୯ ସ୍କ୍ୱାର୍ଡ ଭାରତୀୟ ପ୍ରଜାତିର ପ୍ରଥମ ଶ୍ଵାନ ମୁଧୋଲ ହାଉଣ୍ଡକୁ ସର୍ଚ୍ଚ ଏବଂ ଉଦ୍ଧାରକାର୍ଯ୍ୟରେ ନିୟୋଜିତ କରିଛି । ତୀବ୍ର ଗତିରେ ଦୌଡିବା, ବିଚକ୍ଷଣ ବୁଦ୍ଧି, ଧୈର୍ଯ୍ୟ ଏବଂ କ୍ଷମତାଶାଳୀ ନିମନ୍ତେ ପରିଚିତ । ଶରୀରର ଗନ୍ଧ ମଧ୍ୟରେ ପାର୍ଥକ୍ୟକୁ ଜାଣି ଜୀବନ୍ତ ଏବଂ ମୃତ ଶରୀରକୁ ଖୋଜି ପାରିବ ଏହି ଶ୍ଵାନ । ବିଭିନ୍ନ ବିସ୍ଫୋରକ ସାମଗ୍ରୀକୁ ମଧ୍ୟ ବହୁ ଚତୁରତାର ସହ ଖୋଜିବାରେ ସକ୍ଷମ । ଏହାର ତୀକ୍ଷ୍ଣ ଦୃଷ୍ଟି ଶକ୍ତି ସହ ଘ୍ରାଣ ଶକ୍ତି ଅଧିକ ପ୍ରଭାବଶାଳୀ । ବିଶ୍ଵସ୍ଥ ପ୍ରତିରକ୍ଷା ଓ ସାହସୀ ପ୍ରକୃତି ରହିଛି । ଖାଲି ଏତିକି ନୁହେଁ ଅକ୍ଲାନ୍ତ ଭାବରେ ଦୀର୍ଘ ସମୟ ଧରି ପରିଶ୍ରମ କରିବାରେ ସକ୍ଷମ । ଏଭଳି ଚ୍ୟାଲେଞ୍ଜିଂ ପରିବେଶରେ ଏହାର ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ ।