ପ୍ରତ୍ୟେକ ଗାଁରେ ହେବ ଭାଗବତ ଟୁଙ୍ଗିମାନଙ୍କର ପୁନଃରୁଦ୍ଧାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ପ୍ରତ୍ୟେକ ଗାଁର ଭାଗବତ ଟୁଙ୍ଗିମାନଙ୍କର ହେବ ପୁନଃରୁଦ୍ଧାର । ଶ୍ରୀମଦ୍ ଭାଗବତ ମହୋତ୍ସବରେ ଯୋଗ ଦେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ । ସମାଜର ବିକାଶ ନିମନ୍ତେ ଯୁବପିଢ଼ି ଭାଗବତ ତତ୍ତ୍ୱକୁ ଗ୍ରହଣ କରିବା ଉଚିତ । ଶ୍ରୀମଦ୍ ଭାଗବତ ମହୋତ୍ସବ ଭକ୍ତି, ସମ୍ମାନ ଓ ମୌଳିକ ମୂଲ୍ୟକୁ ଦୃଢ଼ କରେ । ଶ୍ରୀମଦ୍ ଭାଗବତ ଗ୍ରନ୍ଥ, ପରମ୍ପରା, ଭକ୍ତି ଓ ଧର୍ମର ଅମୂଲ୍ୟ ଶିକ୍ଷା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଯୁବବର୍ଗ ଆଜିର ସମାଜର ସମସ୍ତ ବିକାଶରେ ମୁଖ୍ୟ ଭୂମିକା ନିଭାଇଥାନ୍ତି ଏଣୁ ସେମାନଙ୍କୁ ଏହି ମାର୍ଗରେ ନେବା ପାଇଁ ଭାଗବତ ପାଠ ଏକ ବଳିଷ୍ଠ ମାଧ୍ୟମ। ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶ୍ରୀମଦ୍ ଭାଗବତ ଗ୍ରନ୍ଥ, ପରମ୍ପରା, ଭକ୍ତି ଓ ଧର୍ମର ଅମୂଲ୍ୟ ଶିକ୍ଷା ସହିତ ଜନସାଧାରଣଙ୍କୁ ଭଗବତ କାର୍ଯ୍ୟରେ ସଂପୃକ୍ତ କରେ। ସେହି ଦୃଷ୍ଟିରୁ ଏହି ମହୋତ୍ସବ ଆମ ସମାଜ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶ୍ରୀମଦ ଭାଗବତ ଗ୍ରନ୍ଥର ମହତ୍ଵ ପାଞ୍ଚଗୋଟି ମୂଳତତ୍ତ୍ୱ ଯଥା, ଇଶ୍ବର, ଜୀବ, ପ୍ରକୃତି, କାଳ ସମୟ ଏବଂ କର୍ମକୁ ନେଇ ଏ ବିଶ୍ବ ସଞ୍ଚାଳିତ। ସେଥିପାଇଁ ସନାତନ ପରମ୍ପରାରେ ଜୀବନ ଦୀପ ଲିଭିବା ପୂର୍ବରୁ ଶ୍ରୀମଦ ଭାଗବତ ଶୁଣି ଶେଷ ନିଶ୍ବାସ ତ୍ୟାଗ କରିବା ପ୍ରତ୍ୟେକ ସନାତନୀର ଶେଷ ଇଚ୍ଛା ହେବା ଉଚିତ୍ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।