ଖରିଫ ଧାନ କିଣା ଅବଧି ୭ ଦିନ ବଢିଲା, ଚାଷୀଙ୍କୁ ସହାୟତା ପାଇଁ ରାଜ୍ୟ ସରକାରର ପଦକ୍ଷେପ

Bhubaneswar: ଖରିଫ ଋତୁରେ ଧାନ କିଣା ପ୍ରକ୍ରିୟାକୁ ଆଉ ସୁବିଧାଜନକ କରିବା ପାଇଁ ରାଜ୍ୟ ସରକାର ବଡ ପଦକ୍ଷେପ ନେଇଛନ୍ତି। ଧାନ କିଣା ଅବଧିକୁ ଅତିରିକ୍ତ ୭ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି ଯେ, କୌଣସି ଚାଷୀଙ୍କ ଟୋକନ ଲାପ୍ସ ନହେଉ ଓ ସମସ୍ତେ ଧାନ ବିକ୍ରି କରିପାରନ୍ତି, ସେଥିପାଇଁ ଏହି ସିଦ୍ଧାନ୍ତ ନିଆଯାଇଛି।

ସେ କହିଛନ୍ତି ଯେ ଚଳିତ ଖରିଫ ଋତୁରେ ଏପର୍ଯ୍ୟନ୍ତ ପ୍ରାୟ ୭୭ ଲକ୍ଷ ମେଟ୍ରିକ ଟନ ଧାନ କିଣା ସମ୍ପନ୍ନ ହୋଇଛି। ଏହା ସହିତ ୧୮ ଲକ୍ଷ ୬୪ ହଜାରରୁ ଅଧିକ ଚାଷୀ ନିଜ ଧାନ ବିକ୍ରି କରିସାରିଛନ୍ତି। ଚାଷୀମାନଙ୍କ ଆର୍ଥିକ ସୁବିଧାକୁ ମଧ୍ୟ ସରକାର ଗୁରୁତ୍ୱ ଦେଇଥିବା ବେଳେ, ତାଙ୍କ ଖାତାକୁ ମୋଟ ୨୨ ହଜାର ୮୮୪ କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥ ଜମା କରାଯାଇଛି।

ଏହି ଅବଧି ବୃଦ୍ଧି ଫଳରେ ଅନେକ ଚାଷୀ ଯେଉଁମାନେ ଏପର୍ଯ୍ୟନ୍ତ ଧାନ ବିକ୍ରି କରିପାରିନଥିଲେ, ସେମାନେ ଏବେ ସୁଯୋଗ ପାଇବେ। ଏହା ଚାଷୀମାନଙ୍କ ପାଇଁ ଏକ ବଡ ରାହତ ଭାବେ ଦେଖାଯାଉଛି।