ପାର୍ଟ ପ୍ଲଟ୍ ପଞ୍ଜୀକରଣ ପାଇଁ ଜାରି ହେଲା ନୂଆ SOP

ଭୁବନେଶ୍ଵର: ପାର୍ଟ ପ୍ଲଟ୍ ପଞ୍ଜୀକରଣ ପାଇଁ ଜାରି ହେଲା ନୂଆ SOP । ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ SOP ଜାରି । ଗ୍ରାମୀଣ କ୍ଷେତ୍ରରେ ଜଳାଶୟ କିସମ ପ୍ଲଟର ହୋଇପାରିବନି ପଞ୍ଜୀକରଣ । ଜଳାଶୟ କିସମ ପ୍ଲଟ ଛଡ଼ା ଅନ୍ୟ ପାଇଁ ବିନା ସର୍ତ୍ତରେ ପଞ୍ଜୀକରଣ ଅନୁମତି । କୃଷି ପ୍ଲଟ୍ ପଞ୍ଜୀକରଣ ପାଇଁ ନେବାକୁ ପଡ଼ିବ ଅନୁମତି ।

ତେବେ ଏସଓପିରେ ମୁଖ୍ୟତଃ ଚାରିଟି ଦିଗ ଉପରେ ଫୋକସ କରାଯାଇଛି । ଗ୍ରାମାଞ୍ଚଳରେ ଜଳାଶୟ କିସମକୁ ଛାଡ଼ି, ପାର୍ଟ ପ୍ଲଟ୍ ପଞ୍ଜୀକରଣ ବିନା କୌଣସି ପୂର୍ବ ସର୍ତ୍ତରେ ଅନୁମତିପ୍ରାପ୍ତ । ଉପବିଭାଜନ ୫୦୦ ବର୍ଗ ମିଟରରୁ ଅଧିକ ହେବ ନାହିଁ । ପୂର୍ବରୁ ଥିବା ଛୋଟ ପ୍ଲଟ୍ ପାଇଁ ୨୦୨୫ ODA ଓ OTP ଏବଂ IT ଦ୍ୱିତୀୟ ସଂଶୋଧନ ନିୟମ ପୂର୍ବରୁ ୫୦୦ ବର୍ଗ ମିଟରରୁ କମ୍ ପ୍ଲଟଗୁଡ଼ିକର ଉପବିଭାଜନ ଅନ୍ୟ ପ୍ରଯୁଜ୍ୟ ନିୟମକୁ ଅଧୀନ ହୋଇ ଅନୁମତିପ୍ରାପ୍ତ ।

କୃଷିଜମି ପ୍ଲଟ୍ କ୍ଷେତ୍ରରେ ଯଦି ଜମି ଏହାର କୃଷି କିସମ ଶ୍ରେଣୀର ଥାଏ ତେବେ ଉପବିଭାଜନ ଅନୁମତିପ୍ରାପ୍ତ । ଆବେଦନକାରୀମାନଙ୍କୁ ଜମିର କୃଷି କାର୍ଯ୍ୟରେ ବ୍ୟବହାର ଜାରି ରହିବା ନେଇ ଏକ ସ୍ୱ-ଘୋଷଣା (ଫର୍ମ ଡି) ଦାଖଲ କରିବାକୁ ପଡ଼ିବ । ସହରାଞ୍ଚଳରେ ପାରିବାରିକ ସଂପତ୍ତିର ପାର୍ଟ ପ୍ଲଟ ପାଇଁ ରିଅଲ୍ ଇଷ୍ଟେଟ୍ ଉପଯୋଗ ପାଇଁ ଉଦ୍ଦିଷ୍ଟ ନ ଥିବା ଛୋଟ ଉପବିଭାଜନ ସହ-ଅଂଶୀଦାର ବିଭାଜନ ହୋଇପାରିବ । ତେବେ ଏଥିରେ ପାରସ୍ପରିକ ସହମତି ଏବଂ ସମାନୁପାତିକ ଅଂଶ ବଣ୍ଟନ ଥିବା ଜରୁରୀ ।