ନୃପରାଜ ସାହୁଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବରେ ନିଯୁକ୍ତି ଦେଲେ ଓଡ଼ିଶା ସରକାର

ସୁବର୍ଣ୍ଣପୁର :- ଓଡ଼ିଶା ସରକାର ଏକ ବୃହତ୍ ପ୍ରଶାସନିକ ଅଦଳବଦଳ କରି ୧୬ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ନିଯୁକ୍ତ କରିଛନ୍ତି। ଏହା ମାଧ୍ୟମରେ ଜନସାଧାରଣଙ୍କୁ ସୁଶାସନ ଓ ସେବା ଯୋଗାଣରେ ନୂଆ ନେତୃତ୍ୱ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗର ବିଜ୍ଞପ୍ତି ଅନୁସାରେ, ଏହି ଅଦଳବଦଳ ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୧୬ଟିକୁ ପ୍ରଭାବିତ କରିଛି। ନୂଆ ଜିଲ୍ଲାପାଳମାନେ ପ୍ରଶାସନ, ଆଇନଶୃଙ୍ଖଳା ଓ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ। ତେବେ ଏହି ପ୍ରକ୍ରିୟାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଥିବା ଅନ୍ୟା ଦାସଙ୍କୁ ଡେପୁଟି ସେକ୍ରେଟାରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ବଦଳି କରାଯାଇଥିବା ବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଥିବା ନୃପରାଜ ସାହୁଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବରେ ନିଯୁକ୍ତି ଦିଆଯାଇଛି।