ଭୁବନେଶ୍ୱର: ଓଡ଼ିଶା ସରକାର ଆଇଏଏସ (IAS) ସ୍ତରରେ ବଡ଼ ପ୍ରମାଣର ଅଦଳବଦଳ କରିଛନ୍ତି। ଏହି ପ୍ରଶାସନିକ ପରିବର୍ତ୍ତନରେ ରାଜ୍ୟର ଅନେକ ବରିଷ୍ଠ ଅଧିକାରୀଙ୍କ ବିଭାଗ ଓ ଦାୟିତ୍ବରେ ପରିବର୍ତ୍ତନ ଆଣାଯାଇଛି। ଏହି ନିଯୁକ୍ତିରେ ବର୍ତ୍ତମାନ ଉନ୍ନୟନ କମିଶନର ଥିବା ଦେଓ ରଞ୍ଜନ କୁମାର ସିଂଙ୍କୁ ଷ୍ଟିଲ ଓ ମାଇନ୍ସ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେହିପରି ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି ଓ ସେ ସାଧାରଣ ପ୍ରଶାସନ ବିଭାଗରେ ମଧ୍ୟ ରହିବେ। ବିଷ୍ଣୁପଦ ସେଠୀଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ କରାଯାଇଛି। ଏଥିସହ ସେ କେବିକେ (KBK) ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ମଧ୍ୟ ନିଭାଇବେ। ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ୱ ବିଭାଗକୁ ବଦଳି କରାଯାଇଥିବାବେଳେ, ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ମଧ୍ୟ ଦାୟିତ୍ବରେ ରହିବେ। ଚିତ୍ରା ଅରୁମୁଗମଙ୍କୁ ଗୋପବନ୍ଧୁ ଏକାଡେମୀର ଡିଜି ଦାୟିତ୍ବ ସହ ଶ୍ରମ ଓ ବିଜ୍ଞାନ କାରିଗର ବିଭାଗର ଦାୟିତ୍ବ ମିଳିଛି।

ଉଷା ପାଢ଼ୀଙ୍କୁ IDCO ଅଧ୍ୟକ୍ଷା କରାଯାଇଥିବାବେଳେ, ସେ ନଗର ଉନ୍ନୟନ ବିଭାଗର ଦାୟିତ୍ବ ମଧ୍ୟ ଦେଖିବେ। ଶୁଭା ଶର୍ମା ହେଲେ ଜଳସମ୍ପଦ ବିଭାଗର ନୂଆ ପ୍ରମୁଖ ସଚିବ, ଯେତେବେଳେ ଏନବିଏସ୍ ରାଜପୁତଙ୍କୁ ପରିବହନ ବିଭାଗର ପ୍ରମୁଖ ସଚିବ କରାଯାଇଛି। ସେ OSRTCର ଦାୟିତ୍ବ ମଧ୍ୟ ନିଭାଇବେ। ସେହିପରି ଗିରିଶ ଏସଏନ୍ଙ୍କୁ OMC ଅଧ୍ୟକ୍ଷ କରାଯାଇଛି ଓ ସେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ମଧ୍ୟ ରହିବେ। ମୃଣାଳିନୀ ଦର୍ଶୱାଲ ହେଲେ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ। ବଲୱନ୍ତ ସିଂହଙ୍କୁ ଓଡ଼ିଶା ହାଇୱେ ଅଥରିଟିର ଏମ୍ଡି ଦାୟିତ୍ବ ଦିଆଯାଇଥିବାବେଳେ, ସେ ପର୍ଯ୍ୟଟନ ବିଭାଗର ଦାୟିତ୍ବ ମଧ୍ୟ ଦେଖିବେ। ସଚିନ ରାମଚନ୍ଦ୍ର ଯାଦବ ହେଲେ ନୂଆ କୃଷି ସଚିବ ଓ ସେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ଦାୟିତ୍ବ ମଧ୍ୟ ନିଭାଇବେ। ଅନୁପମ ଶାହଙ୍କୁ OBCCର ଏମ୍ଡି ଭାବେ ଅତିରିକ୍ତ ଦାୟିତ୍ବ ମିଳିଥିବାବେଳେ, ସେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବେ। ସଂଗ୍ରାମ କେଶରୀ ମହାପାତ୍ର ଉତ୍ତର ଓ ଦକ୍ଷିଣ ଓଡ଼ିଶା RDC ଭାବେ ଦାୟିତ୍ବରେ ରହିବେ। ଏହାସହ ରଶ୍ମିତା ପଣ୍ଡା ହେଲେ BDA ଉପାଧ୍ୟକ୍ଷ, ସୁଧାଂଶୁ ମୋହନ ସାମଲ କେନ୍ଦ୍ରାଞ୍ଚଳ RDC ସହ OMC ଏମ୍ଡି, ସାଦିକ୍ ଆଲମ CRUT ଏମ୍ଡି ଓ ସାଧାରଣ ଉଦ୍ୟୋଗ ବିଭାଗ ସଚିବ, ଯେତେବେଳେ ମାନସୀ ନିମ୍ଭାଲ ମିଶନ ଶକ୍ତି ବିଭାଗ ସଚିବ ଓ ପ୍ରେମଚନ୍ଦ ଚୌଧୁରୀ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି।