ସୌମ୍ୟାଶ୍ରୀ ମୃତ୍ୟୁ ମାମଲା: ଆସନ୍ତା ୧୭ରେ ଓଡ଼ିଶା ବନ୍ଦ

ଭୁବନେଶ୍ଵର: ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା ବନ୍ଦ ଡାକରା । ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ବିରୋଧ କରି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ମିଳିତ ବିରୋଧୀ ଦଳ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାକୁ ବିରୋଧ କରି ବନ୍ଦ ଡାକରା ଦେଲା କଂଗ୍ରେସ । ସ୍କୁଲ, କଲେଜ, ଦୋକାନ ବଜାର ବନ୍ଦ କରିବ କଂଗ୍ରେସ । ଗାଡି ମୋଟର ଚଳାଚଳ ବି ବନ୍ଦ ରହିବ । କଂଗ୍ରେସ ବନ୍ଦକୁ ସମର୍ଥନ ଦେବେ ୮ ଟି ରାଜନୈତିକ ଦଳ। ମିଳିତ ବିରୋଧୀ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି । ଓଡିଶା ବନ୍ଦ ଡାକରାରେ କଂଗ୍ରେସ, CPIM, CPI, ସମାଜବାଦୀ ପାର୍ଟି, ଅଲ ଇଣ୍ଡିଆ farward ବ୍ଲକ, ରାଷ୍ଟ୍ରୀୟ ଜନତା ଦଳ, ରାଷ୍ଟ୍ରବାଦୀ କମୁନିଷ୍ଟ ପାର୍ଟି ସାମିଲ ହେବେ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।