ଆସନ୍ତା ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା

ଭୁବନେଶ୍ବର: ଆସନ୍ତା ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା । ଏନେଇ ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ ସୂଚନା ଦେଇଛନ୍ତି । ୨୦୨୭ ଫେବୃଆରୀରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା । ପ୍ରଥମ ପର୍ଯ୍ୟାୟରେ ଘର ଓ ଆସବାପତ୍ର ଗଣନା ହେବ । ଦ୍ୱିତୀୟ ପର୍ଯ୍ୟାୟରେ ଘରକୁ ଘର ବୁଲି ଜନଗଣନା କରାଯିବ । ଏଥିପାଇଁ ନିଯୁକ୍ତ ହେବେ ଲକ୍ଷାଧିକ ଜନଗଣନା ଅଧିକାରୀ । ଜଣେ ଚାହିଁଲେ ନିଜ ତଥ୍ୟ ୱେବସାଇଟରେ ମଧ୍ୟ ପଞ୍ଜିକୃତ କରିପାରିବେ ।

ଲୋକସେବା ଭବନରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକ ବସିଥିଲା। ଜନଗଣନା ନିର୍ଦ୍ଦେଶକଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ନିଖିଲ ପୱନ କଲ୍ୟାଣ କହିଛନ୍ତି ଯେ, ରାଜ୍ୟରେ ଜନଗଣନା ପାଇଁ ୬ ମାସ ଧରି ପ୍ରସ୍ତୁତି ଚାଲିଥିଲା। ଭୁବନେଶ୍ୱର କଟକରେ ପ୍ରି ଟେଷ୍ଟ ସରିଛି। ନୂଆ ଘୋଷଣା ହୋଇଥିବା ଏନଏସି ଏବଂ ପୌରପାଳିକା ବାଉଣ୍ଡ୍ରି ଫାଇନାଲ ହୋଇଛି। ଆସନ୍ତା ୩ ମାସ ଧରି ଜନଗଣନା ଅଧିକାରୀଙ୍କୁ ଟ୍ରେନିଂ ଦିଆଯିବ। ୨୦୦ ଘର ପାଇଁ ଜଣେ ଜନଗଣନା ଅଧିକାରୀ ନିଯୁକ୍ତ ହେବେ। ୬ ଜଣ ଅଧିକାରୀଙ୍କ ପାଇଁ ଜଣେ ସୁପରଭାଇଜର ନିଯୁକ୍ତ ହେବେ। ପ୍ରାୟ ଲକ୍ଷେ ଜନଗଣନା ଅଧିକାରୀଙ୍କୁ ନିଯୁକ୍ତ କରାଯିବ। ଜଣେ ଜନଗଣନା ଅଧିକାରୀଙ୍କୁ ୨୫ ହଜାର ଆର୍ଥିକ ପ୍ରୋତ୍ସାହନ ଦିଆଯିବ। ଏପ୍ରିଲରୁ ମେ ଭିତରେ ପ୍ରଥମ ଫେଜରେ ଘର ମାର୍କ ହେବ। ୨୦୨୭ ଫେବୃଆରୀରୁ ଦ୍ଵିତୀୟ ପର୍ଯ୍ୟାୟରେ ଜନଗଣନା ହେବ।