ଭୁବନେଶ୍ଵର: ଆଜି ଅପରାହ୍ଣରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଅପରାହ୍ଣ ୫ଟାରେ ଲୋକସଭା ଭବନ ସମ୍ମିଳନୀ କକ୍ଷରେ ବୈଠକ । ବୈଠକରେ ବିଭିନ୍ନ ବିଭାଗର ୫ରୁ ଅଧିକ ପ୍ରସ୍ତାବ ଆସିପାରେ । ମୁଖ୍ୟତଃ ରାଜସ୍ୱ, ପୂର୍ତ୍ତ, ଜଳସଂପଦ ବିଭାଗର ପ୍ରସ୍ତାବ ଅଛି । ତେବେ ଗତ ଅଗଷ୍ଟ ୧୩ରେ ବସିଥିବା କ୍ୟାବିନେଟ ବୈଠକରେ ୬ ବିଭାଗର ୭ଟି ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଥିଲା ।