ଭୁବନେଶ୍ଵର: ଗତକାଲି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକ ୩ ଟି ବିଭାଗର ୪ ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ୧ ଟି, ଇଲେକ୍ଟ୍ରୋନିକ୍ସ ଏବଂ ଆଇ ଟି ବିଭାଗର ୨ ଟି ପ୍ରସ୍ତାବ ଉପରେ ବାଜିଛି କ୍ୟାବିନେଟ୍ ମୋହର । ୪ର୍ଥ ପ୍ରସ୍ତାବଟି ଆଗାମୀ ସେପ୍ଟେମ୍ବର ୧୮ ତାରିଖରୁ ୧୭ ତମ ବିଧାନସଭାର ୪ର୍ଥ ଅଧିବେଶନ ଆରମ୍ଭ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ।

ତେବେ ଲୋକସେବା ଆୟୋଗର ୩ ସଦସ୍ୟଙ୍କ ନିଯୁକ୍ତି ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ ମିଳିଛି । ସେହିପରି ଇଲେକ୍ଟ୍ରୋନିକ୍ କମ୍ପୋନେଣ୍ଟ ମାନ୍ୟୁଫାକ୍ଚରିଂ ପଲିସି ଉପରେ ବାଜିଛି କ୍ୟାବିନେଟ୍ ମୋହର । ମାନ୍ୟୁଫାକ୍ଚରିଂ ପାଇଁ କ୍ୟାପିଟାଲ ସବ୍ସିଡି, ଟର୍ଣ୍ଣଓଭର ଇନ୍ସେଣ୍ଟିଭ୍ ମିଳିବ । ୧୦ଟି ମେଗା ପ୍ରକଳ୍ପ ପାଇଁ ସବସିଡି କିମ୍ବା ଟର୍ଣ୍ଣଓଭର ଅନୁଯାୟୀ ଇନସେଣ୍ଟିଭ ମିଳିବ । ଇଲେକ୍ଟ୍ରୋନିକ୍ କମ୍ପୋନେଣ୍ଟ ମାନ୍ୟୁଫାକ୍ଚରିଂରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ହେବ । ଅନ୍ୟପଟେ ନୂଆ ଆଇଟି ପଲିସିକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ମିଳିଛି । ନୂଆ ଆଇଟି ପଲିସିରେ କ୍ୟାପିଟାଲ ସବସିଡି ୩୦%କୁ ବୃଦ୍ଧି, ଅପର ଲିମିଟ ଉଠିଗଲା ବୋଲି କହିଛନ୍ତି ମୁଖ୍ୟ ସାସନ ସଚିବ ମନୋଜ ଆହୁଜା ।
