ସାଉଦି ଆରବରେ କମାଲ କଲେ ଓଡ଼ିଆ ପୁଅ

କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା ମାଟିର ପୁଅ ସାଉଦି ଆରବ ରେ ଦେଖାଇଲେ କମାଲ କଲେ । ୧୦୨ ୟୁନିଟ ରକ୍ତ ସଂଗ୍ରହ କରି କମାଲ କରିଛନ୍ତି । ସୂଚନା ଅନୁଯାଇ ଗତ ୧୨ ଏବଂ ୧୩ତାରିଖ ଦିନ ସାଉଦି ଆରବ ଜୁବାଇଲରେ ଥିବା ଖୋନାଇନି କମ୍ପାନୀରେ କାମ କରୁଥିବା ଆଳି କନିକା ଅଞ୍ଚଳର ଯୁବକ ମାନେ ସାଉଦିରେ ରକ୍ତର ଅଭାବ ଦେଖି ଯୁବକ ମାନେ ମିଶି ଆଦେଶ କୁମାର ବେହେରା ଙ୍କ ଅଧକ୍ଷତାରେ ଏକ ମେଗା ରକ୍ତଦାନ ଶିବିର କ୍ୟାମ୍ପର ଆୟୋଜନ କରିଥିଲେ । ଆଶା ଥିଲା ୭୦ ୟୁନିଟ ରକ୍ତ ସଂଗ୍ରହ ହେବ ବୋଲି କିନ୍ତୁ ଆଶା ଠାରୁ ଅଧିକ ୧୦୨ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ସେଠାରେ ରହୁଥିବା ଆଳି କନିକା ମାଟିର ପୁଅ ଶିବିର କୁ ସୁଚାରୁ ରୂପେ ସହଯୋଗ କରିଥିଲେ ଶରତ ଭଟ୍ଟ, ପାର୍ଥ ସାରଥୀ ମହାକୁଳ, ସତ୍ୟବ୍ରତ ମହାକୁଳ, ଅଭିନାଶ ବେହେରା, ସୌମ୍ୟ ରଞ୍ଜନ ସାହୁ, ସଂଜୀବ ଜେନା, ଦେବୀ ପ୍ରସାଦ ଦାସ,ପ୍ରିତମ ଦାସ,ରଜତ ଭଟା,ଅକ୍ଷୟ ନାୟକ, ରିତେଶ ରଞ୍ଜନ ମହାକୁଳ ଏଭଳି କାର୍ୟ୍ୟ କୁ ସାଉଦି ଆରବ ରେ ବାସ କରୁଥିବା ବୃଦ୍ଧି ଯିବି ମାନେ ପ୍ରଶଂସା କରିବା ସହ  କେନ୍ଦ୍ରାପଡ଼ା ବାସି ମଧ୍ୟ ଏଭଳି ମହତ କାର୍ୟ୍ୟ କରିଥିବା ଯୁବକ ମାନଙ୍କ କାର୍ୟ୍ୟକୁ ପ୍ରଶଂସା କରିଛନ୍ତି ।