ଫିକି ଇଣ୍ଡିଆର ସଭାପତି ଭାବେ ଦାୟିତ୍ୱ ନେଲେ ଓଡିଆ ପୁଅ ଶୁଭ୍ରକାନ୍ତ

ଭୁବନେଶ୍ୱର: ଆଜି ଫିକି ଇଣ୍ଡିଆର ସଭାପତି ଭାବେ ଦାୟିତ୍ୱ ନେଲେ ଓଡିଆ ପୁଅ ଶୁଭ୍ରକାନ୍ତ ପଣ୍ଡା ।ଶନିବାର ଦିନ ଫେଡେରେସନ ଅଫ୍ କମର୍ସ ଚାମ୍ବରର ମୁଖ୍ୟ ଭାବେ ଶୁଭ୍ରକାନ୍ତ ପଣ୍ଡା ଦାୟିତ୍ୱ ନେଇଛନ୍ତି ।ସେ ପୂର୍ବରୁ ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲୋଇସ୍ ଲିମିଟେଡ୍(ଇମ୍ପା)ର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟକରୁଥିଲେ । ଏଥି ସହ ଶୁଭ୍ରକାନ୍ତ ପଣ୍ଡା ଫିକିର ବରିଷ୍ଠ ଉପ-ସଭାପତି ଭାବେ କାର୍ଯ୍ୟ କରୁଥିଲେ ।ତେବେ ଶୁଭ୍ରକାନ୍ତ ପଣ୍ଡା ହେଉଛନ୍ତି ପ୍ରଥମ ଶିଳ୍ପପତୀ ଯିଏକି ଫିସିର ସଭାପତି ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ପଣ୍ଡା କହିଛନ୍ତି ଯେ, ଫିକିର ମୂଳ ଲକ୍ଷ ହେଉଛି, ଭାରତର ବ୍ୟବସାୟ ଏବଂ ଶିଳ୍ପର ଅଗ୍ରଗତି । ଶିଳ୍ପରେ ବୃଦ୍ଧି ହେଲେ ,ଏହା ଦେଶର ଅଭିବୃଦ୍ଧିରେ ସହଯୋଗ କରିବ । ଏଥି ସହ ପଣ୍ଡା ଆହୁରି ମଧ୍ୟ କହିଛନ୍ତି ଯେ, ସେ ଭାରତର ଶିଳ୍ପକୁ ଆଗକୁ ନେବା ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏହା ସହ ଓଡିଶା ଆସନ୍ତା ବର୍ଷରେ ଫିକିର ପ୍ରଥମ ଏଜେଣ୍ଡା ହେବ ବୋଲି ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି ।

ସୂଚନାମୁତାବକ, ଶୁଭ୍ରକାନ୍ତ ପଣ୍ଡା ଆମେରିକାସ୍ଥିତ ବୋଷ୍ଟନ୍ ବିଶ୍ୱାବିଦ୍ୟାଳୟରୁ କେଷ୍ଟ୍ରମ୍ ସ୍କୁଲ୍ ଅଫ୍ ବିଜିନେସ୍ରୁ ଫାଇନାନ୍ସ ଓ ଅପରେସନ୍ ମ୍ୟାନେଜ୍ମେଣ୍ଟ୍ରେ ଡିଗ୍ରୀ ହାସଲ କରିଛନ୍ତି। ଏଥି ସହ ଶୁଭ୍ରକାନ୍ତ ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲୋଇସ୍ ଲିମିଟେଡ୍(ଇମ୍ପା)ର ବିଭିନ୍ନ ଦାୟିତ୍ୱ ପରିଚାଳନା କରିଛନ୍ତି ।