Bhubaneswar: ରାଜ୍ୟର ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନମାନଙ୍କ ପାଇଁ ନାମଫଳକ ଓଡ଼ିଆ ଭାଷାରେ ନିର୍ଭୁଳ ଓ ସ୍ପଷ୍ଟ ଭାବରେ ଲେଖିବାକୁ ବାଧ୍ୟତାମୂଳକ କରାଯାଇଛି। ଏହି ନିୟମକୁ ଅମାନ୍ୟ କରିଥିବା ବ୍ୟବସାୟୀମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟବାହୀ ହେବ।
ଆଇନର ଧାରା ୩୫ ଅନୁସାରେ, ଯଦି କୌଣସି ପ୍ରତିଷ୍ଠାନ ଓଡ଼ିଆରେ ନାମଫଳକ ଲେଖିନଥାଏ, ତେବେ ପ୍ରଥମ ଥର ଉଲଂଘନ ପାଇଁ ୫ ହଜାର ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ପୁନରାବୃତ୍ତି ହେଲେ, ଏହି ଜରିମାନା ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିବ।
ସେହିପରି, ଯଦି କୌଣସି ନାମଫଳକ ସ୍ପଷ୍ଟ ଭାବରେ ଲେଖା ହୋଇନଥାଏ, ତେବେ ସାଧାରଣ ଲୋକମାନେ ସ୍ଥାନୀୟ ଶ୍ରମ ଅଧିକାରୀ କିମ୍ବା ଶ୍ରମ କାର୍ଯ୍ୟାଳୟରେ ଅଭିଯୋଗ କରିପାରିବେ। ବ୍ୟବସାୟୀମାନଙ୍କୁ ସଚେତନ କରିବା ପାଇଁ ଏପ୍ରିଲ ୧ରୁ ୧୪ ପର୍ଯ୍ୟନ୍ତ ‘ଓଡ଼ିଆ ପକ୍ଷ ୨୦୨୬’ ପାଳନ କରାଯାଉଛି। ଏହି ସମୟରେ ଭାଷା ପ୍ରଚାର ଓ ନିୟମ ପାଳନ ଉପରେ ଜୋର ଦିଆଯାଉଛି।