ଓଡ଼ିଆ ନାମ ଫଳକ ଅଭିଯାନ ସଚେତନତା’ ରଥ ପରିକ୍ରମା…

ରାଇରଙ୍ଗପୁର – (ସତ୍ୟନାରାୟଣ ପାଲ) ଓଡ଼ିଶାର ସଂସ୍କୃତି ଓ ପରଂପରାକୁ ମହାଆଡମ୍ବରରେ ପ୍ରଦର୍ଶନ କରିବା ପାଇଁ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ କରାଯାଉଛି ‌।ଏପ୍ରିଲ ୧ ଓଡ଼ିଶା ଦିବସ ଠାରୁ ଏପ୍ରିଲ ୧୪  ଓଡ଼ିଆ ନବ ବର୍ଷ ପର୍ଯ୍ୟନ୍ତ ୧୪ ଦିନ ଧରି ଏହି ପକ୍ଷ ପାଳନ କରାଯାଉଛି ।ଆଜି  ଓଡ଼ିଶାର ପଲ୍ଲିରୁ ସହରର ବିଭିନ୍ନ କୋଣେ ଅନୁକୋଣେ ଥିବା ଦୋକାନ ବଜାରରେ  ଓଡ଼ିଆରେ ନାମ ଫଳକ ର ବ୍ୟବହାର ପାଇଁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ପକ୍ଷରୁ “ଓଡିଆରେ ନାମ ଫଳକ ଅଭିଯାନ ସଚେତନତା “ପଦଯାତ୍ରା ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି  ।

ଆଜି ଓଡ଼ିଆ ପକ୍ଷ  ପାଳନ ଅବସରରେ ରାଇରଙ୍ଗପୁର ଉପଖଣ୍ଡ ଶ୍ରମ କାର୍ଯ୍ୟାଳୟ  ଆନୁକୂଲ୍ୟରେ “ଓଡିଆରେ  ନାମ ଫଳକ ଅଭିଯାନ ସଚେତନତା ପଦଯାତ୍ରା” ” ଏକ ସୁସଜ୍ଜିତ ସଚେତନା ରଥରେ ରାଇରଙ୍ଗପୁର  ସହରର ଜଗନ୍ନାଥ ମନ୍ଦିର ପାଖରୁ ଏକ ବିଶାଳ ପଦଯାତ୍ରା ଅତିରିକ୍ତ ଶ୍ରମ ଅଧିକାରୀ ଦିଲିପ କୁମାର ହାଁସଦା ଙ୍କ ନେତୃତ୍ବରେ ଶୁଭାରମ୍ଭ ହୋଇଥିଲା । ରାଇରଙ୍ଗପୁର ସହର‌ ପରିକ୍ରମା କରି ଡ଼ାକବାଜି ଯନ୍ତ୍ର ଦ୍ବାରା ସମସ୍ତ ଦୋକାନ ବଜାର, ବାଣିଜ୍ୟ ପ୍ରତିଷ୍ଠାନ ଏବଂ ସାଧାରଣ ଜନତାଙ୍କୁ ବାର୍ତା ଦିଆ ଯାଉଥିଲା କି ଦୋକାନରେ ଓଡ଼ିଆରେ ନାମ ଫଳକ ଲେଖନ୍ତୁ  ଏବଂ ଓଡ଼ିଆ ସ୍ବାଭିମାନ ବଞ୍ଚାନ୍ତୁ ।ତଦସହ ଶ୍ରମ ବିଭାଗ ତରଫରୁ ଶ୍ରମ ବିଭାଗର ସରକାରଙ୍କ ସମସ୍ତ ଯୋଜନା ସମ୍ବଳିତ ଲିଫଲେଟ ବଣ୍ଟନ କରା ଯାଇଥିଲା । ସମସ୍ତେ ଦୋକାନକୁ ଦୋକାନ ବୁଲି ଦୋକାନୀ ମାଲିକ ମାନଙ୍କୁ ଦୋକାନର ନାମ ଫଳକ ଓଡ଼ିଆରେ ଲେଖନ୍ତୁ ବୋଲି ବିନମ୍ର ଅନୁରୋଧ କରାଯାଇଥିଲା ।ପରେ ସଚେତନତା ଅଭିଯାନ  ରଥ ଟି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା ।

ସେଠାରେ ଓଡ଼ିଆ ପକ୍ଷ ଅବସରରେ ରାଇରଙ୍ଗପୁର ସହର ବାସୀଙ୍କୁ ଶ୍ରମ ଅଧିକାରୀ  ଦିଲୀପ ହାଁସଦା ଅଭିନନ୍ଦନ ଜଣାଇବା ସହ  ସମସ୍ତଙ୍କୁ ନିଜ ନିଜ ବ୍ୟବସାୟ ପ୍ରତିଷ୍ଠାନରେ ହେଉ ପରିବହନ ଯାନରେ ହେଉ,ବିବାହ ଓ ବ୍ରତ ପାଳନ ଅବସର ହେଉ ସବୁଠି ଓଡ଼ିଆରେ ନାମ ଫଳକ ଓ ଲେଖା ଲେଖନ୍ତୁ ।ଆମେ ଓଡ଼ିଆ,ଆମ ଭାଷା ବଢିଆ ,ଆମ ସଂସ୍କୃତି ବଢିଆ ,ଆମେ ବଢିଆ ।ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଶ୍ରମ ବିଭାଗ କାର୍ଯ୍ୟାଳୟର କନିଷ୍ଠ ଅଧିକାରୀ ମାନସ କୁମାର ପଣ୍ଡା,ଡିଇଓ ରୂପକ କୁମାର ବସା, ଜାତୀୟ ଶିଶୁ ଶ୍ରମ ପ୍ରୋଗ୍ରାମ କର୍ମଚାରୀ ରାକେଶ ବିନ୍ଧାଣି, ନରେନ୍ଦ୍ର ନାଥ ମହାନ୍ତ,ଅନନ୍ତ ସାଗର ମହାନ୍ତ, ଓ ସାମାଜିକ ବିକାଶ କର୍ମଜିଵୀ ସଂଘର ଜତୀନ୍ଦ୍ର ନାଥ ଲୋହାର ସମେତ ବହୁ ମହିଳା ସଦସ୍ୟା ଯୋଗ ଦେଇଥିଲେ ।