ଯାଜପୁର: ଦୀର୍ଘ ୬ ମାସ ପରେ ପୁଣି ମଞ୍ଚକୁ ଓହ୍ଲାଇଲେ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ। ଯାତ୍ରା ସିଂହବାହିନୀ ପକ୍ଷରୁ ମଞ୍ଚସ୍ତ ହୋଇଥିବା ‘ତୁ ମୋ ବଜରଙ୍ଗୀ’ ନାଟକରେ ପୀୟୂଷ ମଞ୍ଚକୁ ଓହ୍ଲାଇଥିଲେ। ଯାଜପୁର ଚଣ୍ଡିଖୋଲଠାରେ ଆୟୋଜିତ ଯାତ୍ରା ମଞ୍ଚରେ ପୀୟୂଷଙ୍କ ଥିଲା ଦମ୍ଦାର ଏଣ୍ଟ୍ରି। ଦୀର୍ଘନିନ ପରେ ପୀୟୂଷଙ୍କୁ ଯାତ୍ରା ପେଣ୍ଡାଲରେ ଦେଖି ଖୁସି ବ୍ୟକ୍ତ କରିଥିଲେ ଯାତ୍ରା ପ୍ରେମୀ। ଦୁଇ ମାଲିକଙ୍କଠାରୁ ଟଙ୍କା ନେବା ବିବାଦ ପରେ ଗତ ୬ ମାସ ଧରି ଯାତ୍ରା ମଞ୍ଚରୁ ଦୂରେଇ ଯାଇଥିଲେ ପୀୟୂଷ। ଏହି ବିବାଦ ବିଗତ ଦିନରେ ରାଜ୍ୟରେ ଚହଳ ପକାଇଥିଲା। ତାଙ୍କୁ ଦେଖିବାକୁ ନାହିଁ ନ ଥିବା ଭିଡ ଦେଖାଦେଇଥିଲା। ଏହି ସମୟରେ ପୀୟୂଷ କହିଛନ୍ତି, ବହୁତ ଖୁସି ଅଛି। ଦର୍ଶକଙ୍କ ଆଶା ଭଲପାଇବା ଅଛି। ମୁଁ ପୁଣି ମଞ୍ଚକୁ ଫେରିଛି।

ସୂଚନାଯୋଗ୍ୟ, ଦୁଇ ଯାତ୍ରା ପାର୍ଟି ସୂର୍ଯ୍ୟମନ୍ଦିର ଓ ସିଂହବାହିନୀରୁ ଅଗ୍ରୀମ ଟଙ୍କା ନେବା ନେଇ ବିବାଦ ଉପୁଜିଥିଲା । ଏହାକୁ ନେଇ ଯାତ୍ରା ମାଲିକ ଓ ପୀୟୂଷଙ୍କ ମଧ୍ୟରେ ବିବାଦ ଘନେଇଥିଲା । ଏପିରିକି ପୀୟୁଷ କେଉଁ ଯାତ୍ରା ପାର୍ଟିକୁ ଯିବେ । ତାକୁ ନେଇ ବି ସସ୍ପେନ୍ସ ବଢୁଥିଲା । ଗୋଟିଏ ପଟେ ସୂର୍ୟ୍ୟମନ୍ଦିର ଆଉ ଗୋଟିଏ ପଟେ ସିଂହବାହିନୀ । କେଉଁ ଯାତ୍ରା ପାର୍ଟିକୁ ଯିବେ, ସେନେଇ କୌଣସି ଆଧିକାରିକ ଘୋଷଣା ହୋଇନଥିଲା ।