ପୂଜା ପାଇଁ ଆସନ୍ତା ୧୦ରୁ ୧୨ ଯାଏ ନାଇଟ୍ କର୍ଫ୍ୟୁ କୋହଳ
ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ସାମାନ୍ୟ ସୁଧୁରିଛି । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ପୂଜା ସମୟରେ କୋଭିଡ୍ କଟକଣାରେ ସାମାନ୍ୟ କୋହଳ କରାଯାଇଛି ।
(କୋଲକତା) : ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ସାମାନ୍ୟ ସୁଧୁରିଛି । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ପୂଜା ସମୟରେ କୋଭିଡ୍ କଟକଣାରେ ସାମାନ୍ୟ କୋହଳ କରାଯାଇଛି । ଆସନ୍ତା ୧୦ରୁ ୨୦ ତାରିଖ ନାଇଟ୍ କର୍ଫ୍ୟୁ ହଟାଇ ଦିଆଯାଇଛି । ତେବେ ଅନ୍ୟ ସବୁ କଟକଣା ପୂର୍ବପରି ବଳବତ୍ତର ରହିଛି ।
ସୂଚନାନୁଯାୟୀ , ସେପ୍ଟେମ୍ବରେ ପାଇଁ ଲାଗୁ ହୋଇଥିବା ଗାଇଡ୍ଲାଇନ୍ରେ ପରିବର୍ତ୍ତନ କରା ନଯାଇ ତାହାକୁ ବଳବତ୍ତର ରଖାଯାଇଛି । ତେବେ ସେପ୍ଟେମ୍ବର ମାସରେ ରାତି ୧୧ରୁ ସକାଳ ୫ ଯାଏ ନାଇଟ୍ କର୍ଫ୍ୟୁ ରହିଥିବା ବେଳେ ଅକ୍ଟୋବର ୩୦ ଯାଏ ଏହା ରହିବ । କିନ୍ତୁ ପୂଜା ପାଇଁ ଅକ୍ଟୋବର ୧୦ରୁ ୨୦ ଏହାକୁ ଲାଗୁ କରାଯାଇନାହିଁ । ଅନ୍ୟପଟେ ପୂର୍ବଭଳି ଲୋକାଲ ଟ୍ରେନ୍ ମଧ୍ୟ ଚଳାଚଳକୁ ଅନୁମତି ମିଳିନାହିଁ ।